ଉତ୍ତରାଖଣ୍ଡରେ ଚାଞ୍ଚଲ୍ୟ
ଉତ୍ତାରଖଣ୍ଡ: ଉତ୍ତାରଖଣ୍ଡର ୧୯ ବର୍ଷୀୟ ଅଙ୍କିତା ଭଣ୍ଡାରିଙ୍କ ହତ୍ୟା ମାମଲା। ଅଙ୍କିତାଙ୍କ ମୃତଦେହ ଋଷିକେଶର ଚିଲ୍ଲା କ୍ୟାନେଲ ବ୍ରିଜ ତଳୁ ଉଦ୍ଧାର କରାଯାଇଛି। ଘଟଣା ସ୍ଥଳରେ ଅଙ୍କିତାଙ୍କ ବାପା ଭାଇ ରହି ମୃତଦେହ ଅଙ୍କିତାର ବୋଲି ଚିହ୍ନଟ କରିଥିବା ପୋଲିସ ସୂଚନା ଦେଇଛି। ତେବେ ଘଟଣାରେ ସାମିଲ ଥିବା ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଏଥିରେ ବିଜେପି ଲିଡର ବିନୋଦ ଆରିୟନଙ୍କ ପୁଅ ପୁଲକିତ ଆରିୟନଙ୍କର ମଧ୍ୟ ହତ୍ୟା ମାମଲାରେ ହାତ ରହିଥିବା ଜଣାପଡିଛି। ପୋଲିସ ପୁଲକିତ ଆରିୟନଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ କରିଛି। ତେବେ ଅଭିଯୁକ୍ତମାନେ ୧୯ ବର୍ଷୀୟ ଅଙ୍କିତା ଭଣ୍ଡାରିଙ୍କୁ ନିଶା ପିଆଇ କାରରେ ବସାଇ ବ୍ରିଜ ତଳକୁ ପେଲି ଦେଇଥିବା ସୂଚନା ଦେଇଛି ଉତ୍ତାରଖଣ୍ଡ ପୋଲିସ। ତେବେ ଡିଆଇଜି ପି.ରେଣୁକା ଦେବୀଙ୍କ ନେତୃତ୍ୱରେ ଏକ ଏସଆଇଟିମ ଗଠନ କରାଯାଇ ଅଧିକ ତଦନ୍ତ ଜାରି ରହିଛି। ସେପଟେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ କହିଛନ୍ତି ଅଭିଯୁକ୍ତ ବିରୁଦ୍ଧରେ ଦୃଢ଼ କାର୍ଯ୍ୟଅନୁଷ୍ଠାନ ନିଆଯିବ। ରିସିକେଶରେ ଯେତେ ସବୁ ବେଆଇନ ରିର୍ସଟ ଅଛି ତାହା ବିରୁଧ୍ଧରେ ଦୃଢ଼ କାର୍ଯ୍ୟଅନୁଷ୍ଟାନ ଗ୍ରହଣ କରାଯାବ।