ଅପରାଧଯାଜପୁର

ସାଇବର ଠକେଇ : ୯୫ହଜାର ଟଙ୍କା ଲୁଟ୍‌

ଧର୍ମଶାଳା :ଦିନକୁ ଦିନ ସାଇବର ଠକେଇ ରୋକିବାରେ ନାଁ ନେଉ ନାହିଁ । ଜଣେ ବ୍ୟବସାୟୀଙ୍କଏକାଉଂଟରୁ ୯୫ ହଜାର ଟଙ୍କା ଗାଏବ ହୋଇଯାଇ ଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜାରକା ପଞ୍ଚାୟତ ଦୁବଗାଡିଆରେ । ଏହି ଗ୍ରାମର ରହୁଥିବା ଅୟସକାନ୍ତ ରାୟଙ୍କ ଷ୍ଟେଟ ବ୍ୟାଙ୍କ ଖାତାରୁ କୌଣସି ଦୃବୃତ ପରେ ପରେ ମୋଟ ୯୫ ହଜାର ଟଙ୍କା ଲୁଟି ନେଇଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ସେ ଜାରକାଭାରତୀୟ ଷ୍ଟେଟ ବ୍ୟାଙ୍କ ପରିଚାଳକଙ୍କ ନିକଟରେ ଦୃଷ୍ଟି ଆକର୍ଷଣ କରିବା ସହିତ ଭୁବନେଶ୍ୱରସ୍ଥିତ ସାଇବର ଥାନାରେ ଅଭିଯୋଗ କରିଛନ୍ତି ।

ଅଭିଯୋଗ ମୁତାବକ, ଶ୍ରୀରାୟ ଜାରକା ଏସବିଆଇ ଶାଖାରେ ଥିବା ଜମା ଖାତାରେ ଟଙ୍କା ଦେଣନେଣ କରିଥାନ୍ତି । ଗତ ମସ ଏପ୍ରିଲ ମାସ୧୮ ତାରିଖ ମଧ୍ୟରେ ତାଙ୍କ ଚଳନ୍ତି ଖାତାରୁ କେହି ଦୃବୃତ ପ୍ରର୍ଯ୍ୟାୟ କ୍ରମେ ୮ଟି ଥରରେ ମୋଟ ୯୫ହଜାର ଟଙ୍କା ଉଠାଇ ନେଇଛନ୍ତି । ଏପ୍ରିଲ ମାସ ୧୮ ତାରିଖରେ ୨ଥର ୬ ହଜାର,୧୯ ତାରିଖରେ୩ ହଜାର,୨୦ ତାରିଖରେ ୯ହଜାର,୨୬ ତାରିଖରେ ୧୫ ହଜାର , ୨୮ ତାରିଖରେ ୨ଥର ୨୦ ହଜାର ଲେଖାଁ ଓ ମଇ ମାସ ୪ ତାରିଖରେ ୪୫ ହଜାର ଟଙ୍କା ଡେବିଟ କାର୍ଡ ମାଧ୍ୟମରେ ଉଠା ଯାଇଛି । ତେବେ ଟଙ୍କା ଉଠିବା ନେଇ ତାଙ୍କ ନିକଟକୁ କୌଣସି ଓଟିପି ଓ ମ୍ୟାସେଜ ଆସି ନାହିଁ । ଏବଂ ଡେବିଟ କାର୍ଡ ତାଙ୍କ ନିକଟରେ ରହିଥିବା ବେଳେ ଏହି ଟଙ୍କା କେମିତି ଉଠିଲା ବୋଲି ସେ ଅଭିଯୋଗ କରିଛନ୍ତି । ଠକେଇରେ ଶୀକାର ହୋଇଥିବା ଗ୍ରାହକଙ୍କୁ ବ୍ୟାଙ୍କ କତୃପକ୍ଷ ସହଯୋଗ କରୁ ନ ଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ତେବେ ସାଇବର ପୋଲିସ ଦ୍ୱାରା ଲୁଟ ହୋଇଥିବା ଟଙ୍କା ଫେରି ପାଇବାକୁ ସେ ଆଶା ରଖିଥିବା ନେଇ ଶ୍ରରାୟ ପ୍ରକାଶ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button