ସ୍ୱାସ୍ଥ୍ୟ

ମଣିଷ ମୁହଁ ପୋକର ଘର…

ନିଜର ଚେହେରାକୁ କିଏ ବା ଭଲ ନ ପାଆନ୍ତି। ସମସ୍ତେ ଚାହାଁଥାନ୍ତି ଏକ ବିନା ଦାଗର ଓ ପାଲିସ ଚେହେରା। ନିଜ ଚେହେରାକୁ ସୁନ୍ଦର ଓ ଚମକ୍ ବନାଇବା କିଏ ଦେଶୀ ଉପଚାର କରିଥାନ୍ତି ତ ଆଉ କିଏ କିଏ ବିଦେଶୀ କମ୍ପାନୀର ବିଭିନ୍ନ କ୍ରିମ ଲଗାଇଥାନ୍ତି। ଅନେକଙ୍କ ମୁହଁ ଦେଖିଲେ ମନ ଖୁସି ହୋଇଯାଏ। ଚେହେରା ଥାଏ ବେଶ ଆକର୍ଷଣୀୟ ଓ ଦାଗ ଶୂନ୍ୟ। ହେଲେ ଆପଣମାନେ ଭାବନ୍ତୁ ନାହିଁ ଯେ, ଆପଣଙ୍କ ଚେହେରା ସବୁ ଦୃଷ୍ଟିରୁ ଉତ୍ତମ। ହେଲେ ଜାଣିନଥିବେ ସେହ ସୁନ୍ଦର ଚେହେରାଟି କେତେ କୀଟଙ୍କ ବାସଗୃହ। ଚେହେରା ଆକର୍ଷଣୀୟ ହେଉ ବା ନ ହେଉ, କିନ୍ତୁ ସମସ୍ତ ତ୍ୱଚାରେ କୀଟଙ୍କ ବାସ। ସେମାନେ ମୁହଁରେ ବଂଶବୃଦ୍ଧି କରିଥାନ୍ତି । ଏହା ଏକ ନୂତନ ଅଧ୍ୟୟନରେ ସାମ୍ନାକୁ ଆସିଛି।
ଆପଣଙ୍କ ଚେହେରାରେ ବାସ କରୁଥିବା କୀଟକୁ କୁହାଯାଏ ମାଇଟ।

ଏହା କ୍ରମାଗତ ଭାବରେ ଚର୍ମରେ ବଢିବାରେ ଲାଗିଥାଏ। ସେମାନେ ଚର୍ମ ଉପରେ ଯୌନ ସମ୍ପର୍କ ରଖିଥାନ୍ତି। ଏହି ମାଇଟ୍ଗୁଡିକ ତ୍ୱଚାରେ ଥିବା ଛିଦ୍ର ବା କଣାଗୁଡିକରେ ନିଜର ମୁଣ୍ଡକୁ ପୁରାଇ ରଖିଥାନ୍ତି ଏବଂ ବାକି ଅଂଶଗୁଡିକୁ ବାହାରେ ରଖିଥାନ୍ତି। ପୃଥିବୀରେ ବାସ କରୁଥିବା ଅଧିକାଂଶ ଲୋକଙ୍କ ମୁହଁରେ ଏହି ମାଇଟ୍ ବଂଶ ବିସ୍ତାର କରିଛି। ମଣିଷ ହେଉଛି ଏକ ଏକମାତ୍ର ଜୀବ, ଯାହାର ମୁହଁରେ ଡୋମୋଡୋକ୍ସ ଫୋଲିଁକୁଲୋରମ ନାମକ ଏହି ମାଇଟ୍ ବାସ କରିଥାଏ। ସେମାନେ କେବଳ ଆମ ଚେହେରାରେ ଜନ୍ମ ହୋଇଥାନ୍ତି। ଏବଂ ଚେହେରାକୁ ଖାଦ୍ୟ ଭାବରେ ଖାଇଥାନ୍ତି। ସେମାନଙ୍କ ଜୀବନ କାଳ କେବଳ ୨ ସପ୍ତାହ ପର୍ଯ୍ୟନ୍ତ ହୋଇଥାଏ। ସେଠାରେ ସେମାନେ ପ୍ରଜନନ କରନ୍ତି ଏବଂ ସେଠାରେ ମରିଯାଇଥାନ୍ତି। ଏହି ମାଇଟସ କେବଳ ମଣିଷ ଶୋଇବା ପରେ ଏହା ମୁହଁର ଛିଦ୍ରରୁ ବାହାରି ତ୍ୱଚାର ଚାରିପଟେ ବୁଲିଥାନ୍ତି। ନିଜ ପାଇଁ ସାଥୀକୁ ଖୋଜି ସୋମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥାନ୍ତି। ଏହାପରେ ସେ ମୁହଁରେ ଥିବା ଛିଦ୍ର କଣାରେ ପୁଣି ପଶିଯାନ୍ତି।

ଡେମୋଡେସ୍କ ଫୋଲିଁକୁଲୋରମ ନାମକ ଏହି ମାଇଟସର ପୁରା ଜୀବନ ଆପଣଙ୍କ ତ୍ୱଚାର ମୃତ କୋଷିକାଗୁଡିକୁ ଖାଇବା ଜୀବନ ଜୀଇଁଥାନ୍ତି। ଏହି ମାଇଟସ୍ ଗୁଡିକ ମଣିଷ ଉପରେ କେବଳ ନିର୍ଭରଶୀଳ । ଅନ୍ୟ କୌଣସି ପ୍ରାଣୀଙ୍କ ନିକଟକୁ ଯାନ୍ତି ନାହିଁ। ନୂତନ ଅଧ୍ୟାୟନରେ ଏହା ଜଣାପଡିଛି ଯେ, ପୂର୍ବରୁ ଏହି ମାଇଟସ୍ ମଣିଷ ଶରୀରରେ ନଥିଲା। ଏହା ପୂର୍ବରୁ ଏଗୁଡିକ ବାହ୍ୟ ପରଜୀବ ଥିଲା। ଯାହା ପରବର୍ତ୍ତୀ ସମୟରେ ମଣିଷ ଶରୀରରେ ରହିଗଲେ ଏବଂ ମଣିଷ ସହ ପାରସ୍ପରିକ ସମ୍ପର୍କ ରଖିଆସୁଛନ୍ତି। ବୈଜ୍ଞାନିକମାନେ ବର୍ତ୍ତମାନ ଏହି ମାଇଟର ଜିନୋମକୁ ଅନୁକରଣ କରୁଛନ୍ତି, ଯେପରି ଏହା ଜଣାପଡିବ କି, କାହିଁକି ଏହି କୀଟ ମଣିଷ ଚେହେରାକୁ ଏତେ ଭଲ ପାଇଥାନ୍ତି ଏବଂ ସେଠାରେ ରହିଥାନ୍ତି?

  • ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button