ସୁପ୍ରିମକୋର୍ଟ ଗଲେ ବିଲକିସ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ପହଞ୍ଚିଲେ ଗଣଦୁଷ୍କର୍ମ ପୀଡିତା ବିଲକିସ ବାନୁ। ସମସ୍ତ ୧୧ ଦୋଷୀଙ୍କୁ ମୁକ୍ତ କରିବା ବିରୋଧରେ ସେ ସର୍ବୋଚ୍ଚ କୋର୍ଟରେ ମାଗୁଛନ୍ତି ନ୍ୟାୟ। ଏହି ମାମଲାର ଶୁଣାଣି ।୨୦୦୨ରେ ହୋଇଥିବି ବିଲକିସ ବାନୁ ଗଣଦୁଷ୍କର୍ମ ମାମଲାର ସମସ୍ତ ୧୧ ଦୋଷୀଙ୍କୁ ଚଳିତ ବର୍ଷ ସ୍ବାଧୀନତା ଦିବସ ଅବସରରେ ମୁକ୍ତ କରାଯାଇଥିଲା। ଏହାକୁ ନେଇ ଦେଶବ୍ୟାପୀ ସମାଲୋଚନା କରାଯାଇଥିଲା ଉଭୟ ଗୁଜୁରାଟ ଓ କେନ୍ଦ୍ର ସରକାରକୁ। ଏବେ ଏହାକୁ ଚ୍ୟାଲେଞ୍ଜ କରିଛନ୍ତି ପୀଡିତା ବିଲକିସ ବାନୁ।
ଗୁଜୁରାଟ ସରକାର ଦ୍ବାରା ଦୋଷୀଙ୍କ ଦଣ୍ଡ ଉପରେ ନିଷ୍ପତ୍ତି ନେବାକୁ ଦିଆଯାଇଥିବା ଅନୁମତି ଉପରେ ପୁନଃବିଚାର କରିବାକୁ ଦାବି କରିଛନ୍ତି। ମୁଖ୍ୟ ନ୍ୟାୟାଧୀଶ ଡି ୱାଇ ଚନ୍ଦ୍ରଚୂଡ ପୁନର୍ବିଚାର ଯାଚିକାର ପ୍ରଥମେ ଶୁଣାଣି କରିବାକୁ ଜଷ୍ଟିସ ଅଜୟ ରସ୍ତୋଗୀଙ୍କ ଖଣ୍ଡପୀଠରେ କରିବାକୁ କହିଛନ୍ତି। ଜଷ୍ଟିସ ରସ୍ତୋଗୀ ରାଜ୍ୟ ସରକାରକୁ ଦୋଷୀଙ୍କ ଦଣ୍ଡବିଧାନ ଉପରେ ନିଷ୍ପତ୍ତି ନେବାକୁ ଅଧିକାର ଦେଇଥିଲେ।
ତେବେ ଦୋଷୀଙ୍କୁ ମୁକ୍ତ କରାଯିବାକୁ ନେଇ ପୂର୍ବରୁ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏଥିସହ ଏହି ମାମଲାକୁ ନେଇ ବିଭିନ୍ନ ଯାଚିକାକର୍ତ୍ତାଙ୍କ ଦ୍ବାରା ଦାୟର ଯାଚିକା ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଥିଲେ।
କିନ୍ତୁ ରାଜ୍ୟର ଉତ୍ତର ଅତ୍ୟନ୍ତ ଜଟଳ ଥିଲା। ଏଥିରେ ବହୁ ନିଷ୍ପତ୍ତିର ଦ୍ବାହି ମଧ୍ୟ ଦିଆଯାଇଥିଲା। କିନ୍ତୁ ସେଥିରେ କୌଣସି ତଥ୍ୟଭିତ୍ତିକ ଜବାବ ନ ଥିବା କୋର୍ଟ ପାଇଥିଲେ। ତେଣୁ ଏହା ଉପରେ ରାୟ ଦେବା ପୂର୍ବରୁ ନୂଆ ହଲପନାମା ଦାଖଲ କରିବାକୁ ରାଜ୍ୟକୁ କୋର୍ଟ ସମୟ ଦେଇଛନ୍ତି।