ବିଲକିସ ମାମଲାର ତ୍ବରିତ ଶୁଣାଣି ପାଇଁ ଗଠନ ହେବ ଖଣ୍ଡପୀଠ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରୁ ବିଲକିସ ବାନୋଙ୍କୁ ସାମୟିକ ଆଶ୍ବସ୍ତି। ତାଙ୍କ ମାମଲାର ତ୍ବରିତ ଶୁଣାଣିରେ ସହମତି ଦେଇଛନ୍ତି କୋର୍ଟ। ଏଥିସହ ମାମଲାର ଶୁଣାଣି ପାଇଁ ନୂଆ ବେଞ୍ଚ ଗଠନ କରିବାକୁ କହିଛନ୍ତି ଖଣ୍ଡପୀଠ।

 ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ଜେ ବି ପର୍ଦିୱାଲା  ଓ ଜଷ୍ଟିସ ପି ଏସ ନରସିହ୍ମା ଖଣ୍ଡପୀଠ ମାମଲାର ଶୁଣାଣି କରି  ଓକିଲ ଶୋଭା ଗୁପ୍ତାଙ୍କ ମାଧ୍ୟମରେ ବିଲକିସଙ୍କୁ ତ୍ବରିତ ନୂତନ ଖଣ୍ଡପୀଠ ଗଠନ କରି ଶୁଣାଣି କରାଯିବ ବୋଲି କହିଛନ୍ତି। ମାମଲାରେ ଗୁପ୍ତା କୋର୍ଟଙ୍କୁ ଘଟଣାର ତୁରନ୍ତ ଶୁଣାଣି ପାଇଁ ଅପିଲ କରିବା ସହ ଜଷ୍ଟିସ ବେଲା ଏମ ତ୍ରିବେଦି ମାମଲାରୁ ନିଜକୁ ଦୂରେଇ ନେବା ସମ୍ପର୍କରେ ଅବଗତ କରି ଏକ ନୂଆ ଖଣ୍ଡପୀଠ ସିଜେଆଇଙ୍କ ଦ୍ବାରା ଗଠନ କରିବାକୁ କହିଥିଲେ।

ଗୁଜରାଟ ଦଙ୍ଗା କାଳରେ ବିଲକିସ ବାନୋ ଗଣଦୁଷ୍କର୍ମର ଶିକାର ହେବା ସହ ତାଙ୍କ ପରିବାରର ୭ଜଣଙ୍କୁ ହତ୍ୟା ମାମଲାରେ ସମସ୍ତ ୧୧ ଦୋଷୀଙ୍କୁ ଗତ ଅଗଷ୍ଟ ୧୫ ତାରିଖରେ ଗୁଜରାଟ ସରକାର ଦ୍ବାରା ମୁକ୍ତ କରାଯିବାକୁ ବିରୋଧକରି ବିଲକିସ ସୁପ୍ରିମକୋର୍ଟରେ ଏକ ପୁର୍ନବିଚାର ଯାଚିକା ଦାୟର କରିଥିଲେ।  

ନୂତନ ଖଣ୍ଡପୀଠ ପାଇଁ ଦାବି ପଛରେ କାରଣ ଥିଲା କି, ପୂର୍ବରୁ ଏକାଧିକ ବାର ମାମଲାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଥିବା ବେଳେ କିନ୍ତୁ ସମ୍ପୃକ୍ତ ବିଚାରପତିଙ୍କ ବ୍ୟସ୍ତତା କାରଣରୁ ଶୁଣାଣି ହୋଇପାରୁନାହିଁ। ଏହା ବ୍ୟତୀତ ବେଲା ଏମ ତ୍ରିବେଦୀ ମାମଲାର ଶୁଣାଣିରୁ ମଧ୍ୟ ନିଜକୁ ଅଲଗା କରିଦେଇଥିଲେ।

୧୧ ଦୋଷୀଙ୍କୁ ମୁକ୍ତିକୁ ବିରୋଧକରି ରାଜନେତା, ସାମାଜିକ କର୍ମୀ, ସାମ୍ବାଦିକ ମଧ୍ୟ ସୁପ୍ରିମକୋର୍ଟରେ ଯାଚିକା ଦାୟର କରିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *