ସିଜେଆଇ ନିଯୁକ୍ତିକୁ ନେଇ ଯାଚିକା: ଯାଚିକାକର୍ତ୍ତାଙ୍କଠାରୁ ୧୦ଲକ୍ଷ ଟଙ୍କା ଆଦାୟ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶର ପ୍ରଧାନ ବିଚାରପତିଙ୍କ ନିଯୁକ୍ତି ଉପରେ ମିଛ ଯାଚିକା ଦାୟର ଅଭିଯୋଗରେ ଯାଚିକାକର୍ତ୍ତାଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଆଦାୟ କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର ଦିନ ଦିଲ୍ଲୀ ପୁଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ଦିନ ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ ଓ ଜେ ବି ପର୍ଡିୱାଲାଙ୍କ ଖଣ୍ଡପୀଠ ଏହି ମିଛ ଯାଚିକା ଉପରେ ଶୁଣାଣି କରିଛନ୍ତି।
ଯାଚିକା କର୍ତ୍ତା ମୁକେଶ ଜୈନ ଓ ଅନ୍ୟ ଜଣେ ଯାଚିକାର୍ତ୍ତା ସ୍ବର୍ଗତ ସ୍ବାମୀ ଓମ ଜୀଙ୍କ ସହ ମିଶି ଦିପକ ମିଶ୍ରାଙ୍କ ନିଯୁକ୍ତି ଉପରେ ଆପତ୍ତି ଉଠାଇଥିଲେ। ତେବେ ଏହା ମଧ୍ୟରେ ଓମ ଜୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ମୁକେଶଙ୍କଠାରୁ ଏହି ଅର୍ଥ ଆଦାୟ ହେବ। ଆବଶ୍ୟକସ୍ଥଳେ ତାଙ୍କ ଦିଲ୍ଲୀସ୍ଥିତ ଜମି ବିକି ଏହି ଅର୍ଥ ଆଦାୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ମେ ୬, ୨୦୨୨ରେ ସର୍ବୋଚ୍ଚ ନ୍ୟାୟାଳୟ ମୁକେଶଙ୍କ ଦିଲ୍ଲୀ ବା କଟକର ଅଚଳ ସମ୍ପତ୍ତିକୁ ଜୋଡିବାକୁ ନିର୍ଦ୍ଦେଶ ଦେଇଥିଲେ। ଜୈନଙ୍କ ଓକିଲ କୋର୍ଟଙ୍କୁ ସୂଚିତ କରିଥିଲେ କି, ତାଙ୍କ ମହକିଲ ଏବେ କଟକ ସ୍ଥାନାନ୍ତର ହୋଇଛନ୍ତି। ଏହାକୁ ନେଇ କୋର୍ଟ ମୁକେଶଙ୍କ ବର୍ତ୍ତମାନର ଠିକଣା ମାଗିଥିଲେ। ସୂଚନା ଯୋଗ୍ୟ ବର୍ତ୍ତମାନ ମୁକେଶଙ୍କୁ ଯୋଗାଯୋଗ କରାଯାଇ ପାରୁନାହିଁ କି, ତାଙ୍କ ବିରୋଧରେ ମଧ୍ୟ ଏକ ବେଲେବୁଲ ୱାରେଣ୍ଟ ଜାରି କରାଯାଇଛି।
ଓକିଲ ଆହୁରି କୋର୍ଟଙ୍କୁ ଅବଗତ କରିଥିଲେ କି, ତାଙ୍କ ବିରୋଧରେ ୪ଟି ଅପରାଧିକ ମାମଲା ଓଡିଶାରେ ରୁଜୁ ହୋଇଛି। ଏହା ପରେ ଓକିଲ ମେ ୧୯, ୨୦୨୨ରେ ତାଙ୍କ ମହକିଲଙ୍କୁ ଖୋଜି ବାହାର କରିବାକୁ ସମୟ ମାଗିଥିଲେ କୋର୍ଟଙ୍କୁ। ତେବେ ଜୁଲାଇର ପରବର୍ତ୍ତୀ ସମୟରେ ଓଡିଶା ପୁଲିସ ସୁପରିଟେଣ୍ଡେଣ୍ଟ କୋର୍ଟଙ୍କୁ ଜଣାଇଥିଲେ କି, ମୁକେଶଙ୍କ କୌଣସି ପତ୍ତା ମିଳିପାରି ନାହିଁ।
ତେବେ ଏହାକୁ ଏକ ପ୍ରେରିତ ଓ ପ୍ରଚାର ସର୍ବୋସ୍ବ ଅଭିଯୋଗ ଅଣାଯାଇ ୨୦୧୭ରେ ସିଜେଆଇ ଭାବେ ଦିପକ ମିଶ୍ରାଙ୍କ ନିଯୁକ୍ତିକୁ ରଦ୍ଦ କରାଯାଇଥିଲା। ପରବର୍ତ୍ତୀ ସିଜେଆଇ ନିଯୁକ୍ତିର ଠିକ ଗୋଟିଏ ଦିନ ପୂର୍ବରୁ ମୁକେଶ ଓ ସ୍ବାମୀ ଓମଜୀ ଏହାକୁ ଚ୍ୟାଲେଞ୍ଜ କରିଥିଲେ। ତେବେ ଏଥିରେ ଉଭୟଙ୍କର ଆଇନ ଗତ ଉଦ୍ଦେଶ୍ୟ ନିହିତ ଥିବା କୋର୍ଟ ଅନୁଭବ କରିଥିଲେ। ଆହୁରି ମଧ୍ୟ ଦେଖାଯାଇଥିଲା କି, ତାଙ୍କ ଓକିଲଙ୍କ ବିରୋଧରେ ଏକ ପିଆଇଏଲ ଦାୟର ହୋଇଥିଲା, ଯାହା ପରବର୍ତ୍ତୀ ସିଜେଆଇ ନିଯୁକ୍ତିରେ ୧୨୪(୨), ୧୨୪(୩) ଓ ୧୨୪(ଏ)ର ଉଲ୍ଲଙ୍ଘନ ବୋଲି କୁହାଯାଇଥିଲା।