୬୬ଏ ଅନ୍ତର୍ଗତ କୌଣସି ଯାଞ୍ଚ ବା ଟ୍ରାଏଲ କରା ନ ଯାଉ: ସୁପ୍ରିମ କୋର୍ଟ

ନୂଆଦିଲୀ: ମାମଲା ରଦ୍ଦ ପରେ ଆଇଟି ଆକ୍ଟର ଧାରା ୬୬ଏ ଅନ୍ତର୍ଗତ ଏଫଆଇଆର ଦାୟର କରିବାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ। ଏହାକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଉଦ୍‌ବେଗ ପ୍ରକାଶ କରି କହିଛନ୍ତି କି, ଆଦେଶ ପରେ ମଧ୍ୟ ଏହି ଧାରାରେ କେଶ ଦାୟର ହେଉଛି। ସୁପ୍ରିମ କୋର୍ଟ ଏହି ପ୍ରସଙ୍ଗରେ କହିଛନ୍ତି କି, କେନ୍ଦ୍ର ସମସ୍ତ ରାଜ୍ୟର ମୁଖ୍ୟ ସଚିବଙ୍କ ସହ ସମ୍ପର୍କ କରି ସୁନିଶ୍ଚିତ କରନ୍ତୁ କି, ଧାରା ୬୬ଏ ଅନ୍ତର୍ଗତ କୌଣସି ଯାଞ୍ଚ ବା ଟ୍ରାଏଲ ଯେପରି କରାନଯାଏ। ଏହା ଉପରେ ତିନି ସପ୍ତାହ ମଧ୍ୟରେ ରିପୋର୍ଟ ମାଗିଛନ୍ତି କୋର୍ଟ।

ଯାଚିକାକର୍ତ୍ତାଙ୍କ ପକ୍ଷରୁ ସଞ୍ଜୟ ପାରିଖ ସୁପ୍ରିମ କୋର୍ଟକୁ ଜଣାଇଛନ୍ତି କି, ବିହାର ପକ୍ଷରୁ ଦାୟର ମକଦମାକୁ ନେଇ ବାସ୍ତବ ତଥ୍ୟ ଦିଆଯାଇ ନାହିଁ, କିନ୍ତୁ ୬୬ଏ ଅନ୍ତର୍ଗତ ମାମଲା ଦାୟର କରାଯାଉଥିବା ସ୍ବିକାର କରିଛି। ଛତିଶଗଡରେ ୭୧ ମାମଲା ଦାୟର କରାଯାଇଛି, ଯେଉଁଥିରୁ ୪୮ଟି ଲମ୍ବିତ ରହିଛି।

ଜମ୍ମୁ କାଶ୍ମୀରରେ ଶ୍ରୀୟା ସିଙ୍ଘଲ ମାମଲାରେ ଫୈସଲା ଆସିବା ପରେ ୧୬ଟି ମାମଲାରେ ଏଫଆଇଆର ଦାୟର କରାଯାଇଛି, କିନ୍ତୁ ଗୋଟିଏ ବି ମାମଲାର ସମାଧାନ ହୋଇନାହିଁ। ଝାରଖଣ୍ଡରେ ୪୦ ମାମଲାରେ ଦାୟର କରାଯାଇଛି, ଯେଉଁଥିରେ ସମସ୍ତ ଲମ୍ବିତ ରହିଛି। ମଧ୍ୟପ୍ରଦେଶରେ ଶ୍ରେୟା ସିଙ୍ଘଲ ମାମଲା ପରେ ଦାୟର ହୋଇଥିବା ୧୪୫ ମାମଲାରୁ ୧୧୩ଟି ପଡିରହିଛି, ସେହିପରି ୟୁପି, ମେଘାଳୟ, ସିକିମ, ଓଡିଶା ଓ ଦିଲ୍ଲୀ ଆଦି ରାଜ୍ୟ ତରଫରୁ କୁହାଯାଇଛି କି, ସେମାନଙ୍କ ରାଜ୍ୟରେ ଏହି ଶ୍ରେଣୀରେ କୌଣସି ମାମଲା ବାକି ନାହିଁ। ଏହାକୁ ନେଇ କେନ୍ଦ୍ର ରାଜ୍ୟର ମୁଖ୍ୟ ସଚିବଙ୍କୁ ଏପରି ମାମଲା ଉପରେ ସୂଚନା ନେବା ପୂର୍ବକ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ପାଳନ କରନ୍ତୁ।

ସୂଚନଯୋଗ୍ୟ, ୧ଅଗଷ୍ଟ ୨୦୨୧କୁ କେନ୍ଦ୍ର ସରକାର ସୁପ୍ରିମ କୋର୍ଟରେ ହଲଫନାମା ଦାୟର କରି କହିଛନ୍ତି କି, ସୂଚନା ପ୍ରଦ୍ୟୋଗିକ ଅଧିନିୟମର ଧାରା ୬୬ଏ ପ୍ରାବଧାନକୁ ରଦ୍ଦ କରିବା ପରେ ଏହା ଅନ୍ତର୍ଗତ ମାମଲାକୁ ବନ୍ଦ କରିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକର ପ୍ରାଥମିକ କର୍ତ୍ତବ୍ୟ ବୋଲି କୋର୍ଟ କହିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *