ଏନଆଇଏକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

Spread the love

ନୂଆଦିଲ୍ଲୀ: ଏକ ଜାମିନକୁ ବିରୋଧ କରି ନାସନାଲ ଇନଭେଷ୍ଟିଗେସନ ଏଜେନ୍ସି ଦ୍ବାରା ଦାୟର ମାମଲାର ଶୁଣାଣି କରି ସୁପ୍ରିମ କୋର୍ଟ ତଦନ୍ତକାରୀ ସଂସ୍ଥାକୁ କଡା ଭର୍ତ୍ସନା କରିଛନ୍ତି। ଏନଆଇଏ ଦ୍ବାରା ଏକ ୟୁଏପିଏ କେଶରେ ଦିଆଯାଇଥିବା ଜାମିନ ବିରୋଧରେ ହୋଇଥିବା ଅପିଲକୁ ଖାରଜ କରି କୋର୍ଟ କହିଛନ୍ତି, ଯେଉଁଭାବେ ଆପଣ ଗତି କରୁଛନ୍ତି, ଲାଗୁଛି, କେହି ଲୋକ ଗୋଟିଏ ଖବର କାଗଜ ପଢିଲେ ମଧ୍ୟ ଆପଣଙ୍କୁ ରହିଛି ସମସ୍ୟା।

ଝାରଖଣ୍ଡର ଏକ କମ୍ପାନୀର ସାଧାରଣ ପରିଚାଳକଙ୍କ ବିରୋଧରେ ୟୁଏପିଏ ମାମଲାରେ ଝାରଖଣ୍ଡ ହାଇକୋର୍ଟ ଦେଇଥିବା ଜାମିନକୁ ଖାରଜ କରିବାକୁ ତଦନ୍ତକାରୀ ସଂସ୍ଥା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ସାଧାରଣ ପରିଚାଳକଙ୍କ ମାଓବାଦୀ ସଂଗଠନ ତୃତୀୟ ପ୍ରସ୍ତୁତି କମିଟି ବା ଟିପିସି ସହ ସମ୍ପର୍କସ୍ଥାପନ ପୂର୍ବକ ଲୋକଙ୍କଠାରୁ ବଟି ଆଦାୟ କରୁଥିବା ଅଭିଯୋଗରେ ଗିରଫ କରାଯାଇଥିଲା।  ସୁପ୍ରିମକୋର୍ଟଙ୍କ ମୁଖ୍ୟ ବିଚାରପତି  ଜଷ୍ଟିସ ଏନ ଭି ରମନା,  ଜଷ୍ଟିସ ହିମା କୋହଲି ଓ ଜଷ୍ଟିସ କୃଷ୍ଣ ମୁରାରୀଙ୍କ ଖଣ୍ଡପୀଠଙ୍କ ନିକଟରେ  ଅତିରିକ୍ତ ସଲିସିଟର ଜେନେରାଲ ଏସ ଭି ରାଜୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ କହିଥିଲେ କି, ପରିଚାଳକ ଟିପିସିର କ୍ଷେତ୍ରୀୟ କମାଣ୍ଡରଙ୍କ ନିର୍ଦ୍ଦେଶରେ ନିୟମିତ ଭାବେ ବଟି ଆଦାୟ କରିଥାନ୍ତି। ତେବେ ସୁପ୍ରିମ କୋର୍ଟ ମାମଲାରେ କହିଥିଲେ ଯେଉଁଭାବେ ଆପଣ ଗତି କରୁଛନ୍ତି, ଲାଗୁଛି, କେହି ଲୋକ ଗୋଟିଏ ଖବର କାଗଜ ପଢିଲେ ମଧ୍ୟ ଆପଣଙ୍କୁ ରହିଛି ସମସ୍ୟା। ସେ ମାଓସଂଗଠନ ଦ୍ବାରା ତାଙ୍କୁ ମଗାଯାଇଥିବା ଅର୍ଥ ପଇଠ କରିଥିଲେ। କିନ୍ତୁ ଏହାକୁ ୟୁଏପିଏ ଅନ୍ତର୍ଭୁକ୍ତ କରାଯାଇ ପାରିବ ନାହିଁ।

ଅଭିଯୁକ୍ତ ସଞ୍ଜୟ ଜୈନ ଅଧୁନିକ ପାୱାର ଓ ନାଚୁରାଲ ରିସୋରସ୍ ଲିମିଟେଡଙ୍କୁ ୨୦୧୯ ଡିସେମ୍ବର ମାସରେ ଗିରଫ କରାଯାଇଥିଲା। ସେବେଠାରୁ ସେ ଜେଲରେ ରହିଆସୁଥିଲେ। ତେବେ ୨୦୨୧ ଡିସେମ୍ବର ମାସରେ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲା। ହାଇକୋର୍ଟ ଜାମିନ ପ୍ରଦାନ ବେଳେ ଅନୁଭବ କରିଥିଲେ କି, ଯଦିଓ ସଂଜୟ ଜୈନ ଟିପିସି ମୁଖ୍ୟକୁ ଭେଟିଥିଲେ ଓ ଟଙ୍କା ଦେଇଥିଲେ ହେଲେ ଏହାକୁ ୟୁଏପିଏ ଅନ୍ତର୍ଗତ ସେକ୍ସନ ୧୭ ଓ ୧୮ ଅନ୍ତର୍ଭୁକ୍ତ କରାଯାଇ ପାରିବ ନାହିଁ। ଏହା ବ୍ୟତୀତ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହୋଇଥିବା ଓ ଶୁଣାଣି ଆରମ୍ଭ ହୋଇଛି। ସେହିପରି ତଦନ୍ତ କାଳରେ ତଦନ୍ତକାରୀ ଦଳ ସହ ସେ ସମ୍ପୂର୍ଣ୍ଣ ସହଯୋଗ କରିଥିବା ଓ ସମସ୍ତ ଦସ୍ତାବିଜ ଦାଖଲ କରିଛନ୍ତି ଗିରଫ ପୂର୍ବରୁ।

Leave a Reply

Your email address will not be published. Required fields are marked *