ଉପରାଷ୍ଟ୍ରପତି ଧନଖଡ଼ ପୁଷ୍କରର ବ୍ରହ୍ମାମନ୍ଦିରରେ ପୂଜାର୍ଚ୍ଚନା କଲେ

Spread the love

ଅଜମେର/ପୁଷ୍କର : ଉପରାଷ୍ଟ୍ରପତି ଜଗଦୀପ ଧନଖଡ ରବିବାର ଦିନ ପୁଷ୍କରର ବ୍ରହ୍ମା ଓ ଜାଟ ଶିବମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ଏହି ସମୟରେ ତାଙ୍କ ପତ୍ନୀ ସୁଦେଶ ଧନଖଡ଼ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ବ୍ରହ୍ମା ମନ୍ଦିରର ମୁଖ୍ୟ ପୁଜାରୀ କୃଷ୍ଣ ଗୋପାଲ ବଶିଷ୍ଟ ବିଧି ବିଧାନ ଅନୁସାରେ ଏହି ପୂଜାର୍ଚ୍ଚନା କରିଥିଲେ ।

ଏହି ଅବସରରେ କୃଷ୍ଣ ଗୋପାଲ ତାଙ୍କୁ ୧୯୯୩ ପୁଷ୍କର ଯାତ୍ରା ସମୟର ତାଙ୍କର ଫଟୋ ଭେଟି ଦେଇଥିଲେ । ଉପରାଷ୍ଟ୍ରପତିଙ୍କ ଆଗମନକୁ ଦୃଷ୍ଟିରେ ରଖି ସକାଳ ୮ଟା ଠାରୁ ଦିନ ୧୨ଟା ପର୍ଯ୍ୟନ୍ତ ବ୍ରହ୍ମା ମନ୍ଦିରକୁ ସାଧାରଣ ଶ୍ରଦ୍ଧାଳୁ ମାନଙ୍କ ପାଇଁ ବନ୍ଦ ରଖାଯାଇଥିଲା । ଦୁଇଟି ଯାକ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା ।    

Leave a Reply

Your email address will not be published. Required fields are marked *