ବେଲୁଚିସ୍ତାନର କ୍ବେଟାରେ ବିସ୍ଫୋରଣ

ଇସଲାମାବାଦ: ପାକିସ୍ତାନରେ ଆତଙ୍କୀ ଆକ୍ରମଣ ବନ୍ଦ ହେବାର ନାମ ନେଉନାହିଁ। ପେସାବର ପରେ ରବିବାର ପୁଣି ବେଲୁଚିସ୍ତାନର ରାଜଧାନୀ କ୍ବେଟାରେ ହୋଇଛି ବଡଧରଣର ବୋମା ବିସ୍ଫୋରଣ। ଏଥିରେ ମଧ୍ୟ ପୁଲିସକୁ ଟାର୍ଗେଟ କରାଯାଇଛି। କ୍ବେଟାର ଛାବନୀ ଅଞ୍ଚଳରେ ଥିବା ପୁଲିସ ଲାଇନ ନିକଟରେ ହୋଇଛି ଆକ୍ରମଣ। ଆକ୍ରମଣରେ ୫ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଓ ପୁଲିସ ତୁରନ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଜାରି ରଖିଛି। ପାକିସ୍ତାନରେ ଲଗାତର ଆତଙ୍କୀଙ୍କ ଟାର୍ଗେଟରେ ରହିଛି ପୁଲିସ।
ଏହା ପୂର୍ବରୁ ପେଶାୱରର ମସଜିଦରେ ନମାଜ ପାଠ ବେଳେ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା। ଏଥିରେ ୧୦୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଥିବା ବେଳେ ୧୫୦ରୁ ଅଧିକ ଲୋକ ଆହତ ହୋଇଥିଲେ। ପେଶାବର ଆକ୍ରମଣ ପାଇଁ ଟିଟିପି ନିଜକୁ ଦାୟୀ କରିଥିଲା।
ପେଶାବର ଆକ୍ରମଣ ପରେ ପରେ ଏକ ଫେବୃଆରୀରେ ଟିଟିପି ଆଉ ଏକ ଆକ୍ରମଣ ଯୋଜନା କରିତଇବା ବେଳେ ଏଥିରେ ବିଫଳ ହୋଇଥିଲା। ଏହି ଆକ୍ରମଣ ପଞ୍ଜାବର ମିୟାବଲିର ମକରବାଲ ଥାନା ଅଧୀନରେ ହୋଇଥିଲା। କିନ୍ତୁ ପୁଲିସର ସତର୍କତା ପାଇଁ ଆକ୍ରମଣରେ ବିଫଳ ହୋଇ ଆତଙ୍କବାଦୀ ସେଠାରୁ ଫେରାର ହୋଇଯାଇଥିଲେ।