ବିଶ୍ୱ
ଅଳ୍ପକେ ବର୍ତ୍ତିଲେ ଜେଲେନ୍ସ୍କି

ଅଳ୍ପକେ ବର୍ତ୍ତିଲେ ୟୁକ୍ରେନ ରାଷ୍ଟ୍ରପତି। ରାଷ୍ଟ୍ରପତି ଜେଲେନ୍ସ୍କିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ। ରାଷ୍ଚ୍ରପତିଙ୍କ କାର ସହ ଆଉ ଏକ କାର ମୁହାଁମୁହିଁ ଧକ୍କା ହୋଇଛି। ତେବେ ଏହି ଦୁର୍ଘଟଣାରେ ଜେଲେନ୍ସ୍କି ଗୁରୁତର ଆହତ ହୋଇନଥିବା ଜେଲେନ୍ସ୍କିଙ୍କ ମୁଖପାତ୍ର ସୂଚନା ଦେଇଛନ୍ତି। ଦୁର୍ଘଟଣା ପରେ ଜେଲେନସ୍କି ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଓ ଡାକ୍ତରଙ୍କ ସୂଚନା ଅନୁଯାୟୀ ସେ ସାମାନ୍ୟ ଆହତ ହୋଇଛନ୍ତି। ଅନ୍ୟପଟେ କିଭ ପୋଲିସ ଘଟଣାର ତଦନ୍ତ ଜାରି ରଖିଛନ୍ତି। ଅନ୍ୟପଟେ ୟୁକ୍ରେନ ଓ ଋଷିଆ ମଧ୍ୟରେ ଏବେବି ଯୁଦ୍ଧ ଜାରି ରହିଛି।