ବିଶ୍ୱଶିକ୍ଷା/ଗବେଷଣା

ରୂପ ବଦଳାଉଛି ମଙ୍କିପକ୍ସ…

ରୂପ ବଦଳାଉଛି ମଙ୍କିପକ୍ସ । ଜଙ୍ଗଲି ନିଆଁ ଭଳି ଦେଶ କୁ ଦେଶ ବ୍ୟାପିବା ସହିତ ନିଜ ରୂପକୁ ମଧ୍ୟ ବଦଳାଉଥିବା ସୂଚନା ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ମଙ୍ଗଳବାର ହୁ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ ପ୍ରାୟ ୩୦ ଟି ଦେଶକୁ ସଂକ୍ରମଣ ବ୍ୟାପିବା ସହିତ ନିଜର ରୂପ ମଧ୍ୟ ବଦଳାଇଛି । ଏହାକୁ ଦୃଷ୍ଟିରେ ରଖି ମଙ୍କିପକ୍ସ ଭାଇରସର ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଗତ ସପ୍ତାହରେ ଏକ ଆନ୍ତର୍ଜାତୀୟ ବୈଜ୍ଞାନିକ ଟିମ ମିଶି ଭାଇରସ ଷ୍ଟେନ ନାମର ବିଭିନ୍ନ ଲକ୍ଷଣରେ ପରିଣତ ହେଉଥିବାର ଚେତାବନୀ ଦେଇଥିଲେ। ମଙ୍କିପକ୍ସର ମ୍ୟୁଟେସନ । ରୂପ ବଦଳାଇବା ସହିତ ଲକ୍ଷଣରେ ପରିବର୍ତ୍ତନ କରୁଛି ମଙ୍କିପକ୍ସ । ଗତ ସପ୍ତାହରେ ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରେ ଷ୍ଟେନ ନାମର ବିଭିନ୍ନ ଲକ୍ଷଣରେ ପରିଣତ ହୋଇଛି ମଙ୍କିପକ୍ସ । ପ୍ରତ୍ୟେକ ଦିନ ନିଜ ରୂପ ବଦଳାଉଥିବା ବେଳେ ମଙ୍କିପକ୍ସର ନାମ ପରିବର୍ତ୍ତନ କରିବାକୁ ଘୋଷଣା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।
ରିପୋର୍ଟ କହୁଛି , ବିଶ୍ୱରେ ୧୬୦୦ ରୁ ଅଧିକ ମାମଲା ଏବଂ ୧୫୦୦ ରୁ ଅଧିକ ମଙ୍କିପକ୍ସରେ ଆକ୍ରାନ୍ତ ହୋଇଥିବା ସନ୍ଦିଗ୍ଧ ଚିହ୍ନଟ କରାଯାଇଛି। WHO ନିର୍ଦ୍ଦେଶକ ଟେଡ୍ରୋସ୍ ଆଧାନୋମ ଘେବ୍ରେୟେସସ୍ କହଛନ୍ତି ଯେ, ଏହି ସଂଗଠନ “ମଙ୍କିପକ୍ସ ଭାଇରସ ଏହାର କ୍ଲେଡ ଏବଂ ଏହା ସୃଷ୍ଟି କରୁଥିବା ରୋଗ ଉପରେ ସାରା ବିଶ୍ୱରେ ଅଂଶୀଦାର ଥିବା ବିଶେଷଜ୍ଞଙ୍କ ସହ କାର୍ଯ୍ୟ କରୁଛି” ଏହି ଭାଇରସର ନାମ ପରିବର୍ତ୍ତନ ହୋଇ ଯଥାଶୀଘ୍ର ଏହାର ନୂତନ ନାମ ଦିଆଯିବ। ଆଫ୍ରିକା ସମେତ ଆଉ ୩୦ ଦେଶର ବୈଜ୍ଞାନିକ ମିଶି ଏକ ପୋଜିସନ ପେପରରେ ଏହି ଭାଇରସ ର ନାମ ପରିବର୍ତ୍ତନ କରିବାକୁ ଅନୁରୋଧ ଉପସ୍ଥାପନା କରିଥିଲେ। ଭାଇରସର ବର୍ତ୍ତମାନର ନାମ ଏବଂ WHO ନିର୍ଦ୍ଦେଶାବଳୀ ମଧ୍ୟରେ ଅନେକ ପାର୍ଥକ୍ୟ ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ଭୌଗଳିକ ଅଞ୍ଚଳରୁ ଓ ପଶୁପକ୍ଷୀଙ୍କ ନାମରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।

WHOର ପ୍ରବକ୍ତାଙ୍କ ଅନୁସାରେ, ଅର୍ଥୋପକ୍ସଭାଇରସରେ ବୈଜ୍ଞାନିକମାନେ ଯେଉଁ ପରିବାରରେ ଅଧିକ ମଙ୍କିପକ୍ସ ହୋଇଥାଏ ଏହି ଉପଯୁକ୍ତ ନାମ ଉପରେ ପରାମର୍ଶ କରୁଛନ୍ତି। WHO, ବିଶ୍ୱ ପଶୁ ସ୍ୱାସ୍ଥ୍ୟ ସଂଗଠନ ଓ ଖାଦ୍ୟ ଏବଂ ମିଳିତ ଜାତିସଙ୍ଘର କୃଷି ସଂଗଠନ ମିଶି ଅନ୍ୟାନ୍ୟ ରୋଗର ନାଁ ବିପକ୍ଷରେ ଯାଇଥାଏ। ଏହା ସହିତ ସ୍ୱାଇଁ ଫ୍ଳୁ ସାମିଲ ରହିଛି।
WHO ଏହାର ୱେବସାଇଟ୍ ରେ ମଙ୍କିପକ୍ସର ଦୁଇଟି ଅଲଗା ଷ୍ଟ୍ରେନ ତାଲିକାଭୁକ୍ତ କରିଛି : କେନ୍ଦ୍ରୀୟ ଆଫ୍ରିକୀୟ କ୍ଲେଡ (କଙ୍ଗୋ ବାସିନ) ଏବଂ ପଶ୍ଚିମ ଆଫ୍ରିକୀୟ କ୍ଲେଡ। ସେପଟେ ଆଫ୍ରିକାନ୍ ରୂପରେ ଅନ୍ତର୍ଭୁକ୍ତ କରିବା କେବଳ ଭୁଲ ହୋଇଥାଏ ତାହାନୁହେଁ ଏହା ଭେଦଭବପୂର୍ଣ୍ଣ ମଧ୍ୟ ହୋଇଥାଏ ବୋଲି ଯୁକ୍ତି ବାଢିଛନ୍ତି ବୈଜ୍ଞାନିକ। WHO ର ପ୍ରତିନିଧି କହିଛନ୍ତି ଯେ, ଏହି ଭାଇରସକୁ କୌଣସି ସାଂସ୍କୃତିକ, ସାମାଜିକ, ଜାତୀୟ, ଆଞ୍ଚଳିକ ବୃତ୍ତିଗତ କିମ୍ୱା ଅନୁସୂଚିତ ଜାତିଙ୍କୁ ଅପମାନ ନକରି ରୋଗର ନାମକରଣ କରାଯିବା ଉଚିତ. ….

  • ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button