ଗୃହବନ୍ଦୀ ଜିନପିଙ୍ଗ, ସେନା କବଳରେ ରାଜଧାନୀ

ବେଜିଂ: ଚୀନରେ ଦେଖା ଦେଇଛି ରାଜନୈତିକ ଅସ୍ଥିରତା। ରାଷ୍ଟ୍ରପତି ସି ଜିନପିଙ୍ଗ ଏବେ ଗୃହବନ୍ଦୀ। ରାଜଧାନୀ ବେଜିଂ ସମ୍ପୂର୍ଣ୍ଣ ରୂପେ ସେନା ନିୟନ୍ତ୍ରଣରେ ରହିଛି ଓ ବେଜିଂର ସମ୍ପର୍କ ଦୁନିଆରୁ ଛିନ୍ନ କରାଯାଇଛି। ସେନା ପକ୍ଷରୁ ସମସ୍ତ ଘରୋଇ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ରୋକ ଲଗାଯାଇଛି। ସୂତ୍ର ମୁତାବକ, ସି ଜିନପିଙ୍ଗଙ୍କୁ ଚୀନରେ ସାମରିକ ବାହିନୀ ପିପୁଲ୍ସ ଲିବେରେସନ ଆର୍ମି ବା ପିଏଲଏ ପ୍ରମୁଖ ପଦରୁ ହଟାଇ ଦେଇ ଗୃହବନ୍ଦୀ କରାଯାଇଛି। ତେବେ ଏନେଇ କୌଣସି ଔପଚାରିକ ଘୋଷଣା କରାଯାଇନାହିଁ।
ନ୍ୟୁଜ ହାଇଲ୍ୟାଣ୍ଡ ଭିଜନର ଏକ ରିପୋର୍ଟ ମୁତାବକ, ସୋଙ୍ଗ ପିଙ୍ଗଙ୍କ ନିୟନ୍ତ୍ରଣାଧୀନ ସେଣ୍ଟ୍ରାଲ ଗାର୍ଡ ବ୍ୟୁରୋପୂର୍ବ ଚୀନ ରାଷ୍ଟ୍ରପତି ହୁ ଜିତାଓ ଓ ପୂର୍ବ ଚୀନ ପ୍ରଧାନମନ୍ତ୍ରୀ ବେନ ଜିବାଓ ନିଜର ନିୟନ୍ତ୍ରଣକୁ ନେଇଛନ୍ତି ସେନାକୁ। ଫଳରେ ଜିନପିଙ୍ଗ ସେନା ଉପରୁ ନିୟନ୍ତ୍ରଣ ହରାଇଛନ୍ତି।
ରାଜଧାନୀ ବେଜିଂ ଏବେ ହାଇ ସିକ୍ୟୁରିଟି ବଳୟରେ ରହିଛି। ସୂଚନା ଯୋଗ୍ୟ, ସେଣ୍ଟ୍ରାଲ ଗାର୍ଡ ବ୍ୟୁରୋ ଚୀନୀ କମ୍ୟୁନିଷ୍ଟ ପାର୍ଟି ସଦସ୍ୟଙ୍କୁ ସୁରକ୍ଷା ଦେଇଥାଏ ଓ ଜିନପିଙ୍ଗଙ୍କ ସୁରକ୍ଷାରେ ମଧ୍ୟ ନିୟୋଜିତ ଥାଏ। ସୋସିଆଲ ମିଡିଆର ଏକ ଭିଡିଓରୁ ପିଏଲଏ କବଳରେ ରାଜଧାନୀ ଥିବା ଦେଖିବାକୁ ମିଳିଛି।