ଭାଇରାଲ୍

ଶୋଇବାର ଦକ୍ଷତା ଦେଖି ମିଳିବ ଚାକିରି

ଆପଣ ଶୋଇବାକୁ ଭଲପାଆନ୍ତି କି ? ଆସିଛି ଏହି ଏକ ଭଲ ଖବର l ଶୋଇବାକୁ କିଏ ବା ଭଲ ନ ପାଏ । ଅଧିକାଂଶ ସମୟ ଶୋଇକରି ବିତାଇବାକୁ ଚାହୁଁଥିବା ଲୋକଙ୍କ ଲାଗି ଏହି ଖବର । ଆମେରିକାର ଏକ ମାଟ୍ରେସ୍‌ କଂପାନି ସେଭଳି ଲୋକଙ୍କୁ ଚାକିରି ଦେବାକୁ ଘୋଷଣା କରିଛି । ସେଥିପାଇଁ ଆବେଦନ କରିବାର ଅନ୍ତିମ ତାରିଖ ଥିଲା ଅଗଷ୍ଟ ୧୧ । ନ୍ୟୁୟର୍କଭିତ୍ତିକ କଂପାନି କାସ୍‌ପର ଏଭଳି ଲୋକଙ୍କୁ ନିଯୁକ୍ତି ଦେବାକୁ ଚାହୁଁଛି ଯେଉଁମାନଙ୍କ ନିକଟରେ ଯେକୌଣସି ପରିସ୍ଥିତିରେ ବି ଶୋଇବାର ଦକ୍ଷତା ଥିବ। କାସ୍‌ପରର ଷ୍ଟୋର ଏବଂ ସାରା ବିଶ୍ୱର ଯେକୌଣସି ବିଚିତ୍ର ସ୍ଥାନରେ ସେମାନେ ବିନା ବାଧାରେ ଶୋଇପାରୁଥିବେ।

ଏହା ପୂର୍ବରୁ କାନାଡାର ଏକ କ୍ୟାଣ୍ଡି କଂପାନି ସମାନ ପ୍ରକାରର ଅଫର୍‌ ଘୋଷଣା କରିଥିଲା । କଂପାନି ତା’ର କ୍ୟାଣ୍ଡି ଚାଖିବାକୁ ଜଣେ ଚିଫ୍‌ କ୍ୟାଣ୍ଡି ଅଫିସର ଖୋଜୁଥିବାବେଳେ ସେଥିଲାଗି ଆବେଦନ କରିବାର ଅନ୍ତିମ ତାରିଖ ଅଗଷ୍ଟ ୩୧ ରହିଛି । କାସ୍‌ପରର ଷ୍ଟୋର ଏବଂ ସାରା ବିଶ୍ୱର ଯେକୌଣସି ବିଚିତ୍ର ସ୍ଥାନରେ ସେମାନେ ବିନା ବାଧାରେ ଶୋଇପାରୁଥିବେ । ଶୋଉନଥିବା ସମୟରେ ସଂପୃକ୍ତ ବ୍ୟକ୍ତିଙ୍କୁ ନିଜର ଅନୁଭୂତି ସଂପର୍କରେ ଟିକଟକ୍‌ ଷ୍ଟାଇଲରେ କଣ୍ଟେଣ୍ଟ ପ୍ରସ୍ତୁତ କରି କାସ୍‌ପର ସୋସିଆଲ ମିଡିଆ ଚ୍ୟାନେଲରେ ସେୟାର କରିବାକୁ ହେବ। ସେମାନେ କର୍ମସ୍ଥଳରେ ପାଇଜାମା ପିନ୍ଧିପାରିବେ । ଦରମା ବ୍ୟତୀତ ସେମାନଙ୍କୁ ମାଗଣାରେ କଂପାନିର ଉତ୍ପାଦ ମିଳିବ । ସେମାନେ ଚାହିଁଲେ ଏହାକୁ ପାର୍ଟ ଟାଇମ୍‌ ଭାବେ ମଧ୍ୟ କରିପାରିବେ । ଏଥିପାଇଁ ଇଚ୍ଛୁକ ବ୍ୟକ୍ତି ନିଜର ଆବେଦନ ସହିତ ଟିକଟକ୍‌ରେ ଶୋଇବାର ଦକ୍ଷତାକୁ ଦେଖାଇପାରିବେ।

ଅଭିଷେକ ପୁରୋହିତଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button