
ବିବାହ ଏକ ପବିତ୍ର ବନ୍ଧନ। ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମର ସାଥୀ ହୋଇଥାନ୍ତି ପୁଅ ଏବଂ ଝିଅ। ବିବାହ ପରେ ଅନେକ ରୀତିନୀତି ସହ ପରମ୍ପରା ରହିଛି। ହେଲେ ଆଜି ବି ଏମିତି ଏକ ଦେଶ ଅଛି ଯେଉଁଠାରେ ବିବାହ ପରେ ବର କନ୍ୟାଙ୍କୁ ୩ ଦିନ ଯାଏ ଶୌଚାଳୟ ଯିବାକୁ ଅନୁମତି ଦିଆଯାଇନଥାଏ। ଏହାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ଇଣ୍ଡୋନେସିଆର ଡିଡୋଙ୍ଗ ନାମକ ଏକ ସମ୍ପ୍ରଦାୟରେ ଏଭଳି ପରମ୍ପରା ରହିଛି। ଯେଉଁଥିରେ ବିବାହ ପରେ ଉଭୟ ବର ଏବଂ କନ୍ୟାଙ୍କୁ ୩ ଦିନ ପାଇଁ ଶୌଚାଳୟ ଯିବାକୁ ମନା । ତେବେ ଏହା ପଛରେ ଏକ ବଡ କାରଣ ରହିଛି। ବିବାହ ଏକ ପବିତ୍ର ବନ୍ଧନ। ଯଦି ବର ଏବଂ କନ୍ୟା ଶୌଚାଳୟ ଯାଆନ୍ତି ସେଥିରେ ସେମାନଙ୍କର ଶୁଦ୍ଧତା ବ୍ୟାହତ ହୁଏ ଏବଂ ସେମାନେ ଅପରିଷ୍କାର ହୋଇଯାଆନ୍ତି। ତେଣୁ ସେମାନଙ୍କୁ ଶୌଚାଳୟ ଯିବାକୁ ବାରଣ କରାଯାଇଥାଏ। ଏହାସହ ଶୌଚାଳୟକୁ ଗଲେ ସେଠାରେ ମଳତ୍ୟାଗ କରାଯାଏ। ସେଠାରେ ମଇଳା ଥିବାରୁ ନକରାତ୍ମକ ଶକ୍ତିର ପ୍ରଭାବ ସିଧାସଳଖ ପଡିଥାଏ ବୋଲି ଲୋକଙ୍କ ଧାରଣା ରହିଛି। ଏବଂ ଦାମ୍ପତ୍ୟ ଜୀବନରେ ମଧ୍ୟ ଅସୁବିଧା ସୃଷ୍ଟି କରିବା ସହ ଖରାପ ନଜର ପଡିଥାଏ। ଏହି ସମ୍ପ୍ରଦାୟର ଲୋକମାନେ ମଧ୍ୟ ବରକନ୍ୟାଙ୍କୁ ଖୁବ କମ ଖାଇବାକୁ ଦେଇଥାନ୍ତି। ଯାହା ଫଳରେ ସେମାନଙ୍କୁ ଶୌଚାଳୟ ଯିବାକୁ ପଡିନଥାଏ। ଇଣ୍ଡୋନେସିଆରେ ଏହି ରୀତିନୀତିକୁ କଡାକଡି ଭାବେ ପାଳନ କରାଯାଏ।
- ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ