ରାଜ୍ୟ
ବାୟୁସେନା ଦିବସ

ଆଜି ଭାରତୀୟ ବାୟୁସେନା ଦିବସ। ପ୍ରତିବର୍ଷ ଅକ୍ଟୋବର ୮ ତାରିଖକୁ ଏୟାରଫୋର୍ସ ଡେ ଭାବରେ ପାଳନ କରାଯାଏ। ୯୦ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ଭାରତୀୟ ବାୟୁସେନା। ଆକାଶ ମାର୍ଗରେ ଗର୍ଜନ କରି ଶତ୍ରୁର ଛାତି ଥରାଇ ଥାଏ ବାୟୁସେନା। ବିଶେଷ ଚଣ୍ଡିଗଡର ସୁପ୍ରସିଦ୍ଧ ସୁଖନା ହ୍ରଦରେ ପାଳନ ହେଉଛି ବାୟୁସେନା ଦିବସ। ବାୟୁସେନାର ୮୦ରୁ ଅଧିକ ଲଢୁଆ ବିମାନ ଓ ହେଲିକେପ୍ଟର ଫ୍ଲାଏପାଷ୍ଟ। ସେପଟେ ଚଣ୍ଡୀଗଡ ଏୟାରବେସରେ ପରେଡର ଆୟୋଜନ କରାଯାଇଥିବା ବେଳେ ବାୟୁସେନାର ମୁଖ୍ୟ ଏୟାର ଚିଫ୍ ମାର୍ଶଲ ବି.ଆର ଚୌଧୂରୀ ପରଡେରେ ସଲାମି ପରେଡ଼ରେ କହିଛନ୍ତି ଅଗ୍ନିପଥ ଯୋଜନାରେ ବାୟୁସେନାକୁ ଭାରତୀୟ ବାୟସେନାରେ ପ୍ରବେଶ କରିବାକୁ ଆହ୍ୱାନ ଦିଆଯାଇଛି। ଭାରତର ଯୁବ ପିଢିଙ୍କ ପାଇଁ ସାମର୍ଥ୍ୟକୁ ବ୍ୟବହାର କରିବା ଓ ଏହାକୁ ଦେଶର ସେବା ଦିଗରେ କାର୍ଯ୍ୟକରାଇବା ଲକ୍ଷ୍ୟ।