ଗଣଶିକ୍ଷା ବିଭାଗରେ ଜାତୀୟ ଶିକ୍ଷାନୀତି(ଏନଇପି)୨୦୨୦ ଲାଗୁ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ସ୍କୁଲ ଶିକ୍ଷାର ଶୈକ୍ଷିକ ଢାଞ୍ଚାରେ ପରିବର୍ତ୍ତନ ହେବ । ଆଞ୍ଚଳିକ ବିଷୟବସ୍ତୁକୁ ଗୁରୁତ୍ୱ ଦେଇ କରିକୁଲମରେ ପରିବର୍ତ୍ତନ କରାଯିବ । ୧୦ ଯୁକ୍ତ ୨ ବଦଳରେ ଏଣିକି ୫+୩+୩+୪ ହେବ ।ଏହା ସ୍କୁଲ ଶିକ୍ଷାର ନୂଆ ସ୍ୱରୁପ ହେବ। ମାତୃଭାଷା ଓ ଆଞ୍ଚଳିକ ଭାଷା ସହ ଅନ୍ୟ ଦୁଇଟି ଭାଷା ଶିଖିବେ ପିଲା।ଶିକ୍ଷକଙ୍କ ତାଳିମ ଉପରେ ଗୁରୁତ୍ୱ ଦିଆଯିବ। ଉଚ୍ଚଶିକ୍ଷାରେ ଜାତୀୟ ଶିକ୍ଷା ନୀତି ଲାଗୁ ହୋଇ ସାରିଛି ଏବେ ଏହା ସ୍କୁଲ ଶିକ୍ଷାରେ ଲାଗୁ ହେବ। ପ୍ରଥମରୁ ଦଶମ ପଢିବା ପରେ ଯୁକ୍ତ ୨ ପ୍ରଥମ ବର୍ଷ ଓ ଦ୍ୱିତୀୟ ବର୍ଷ ପିଲା ପଢୁଥିଲେ।ଏବେ ନୁଆ ଢାଞ୍ଚା ଅନୁଯାୟୀ ୩ ବର୍ଷରୁ ପିଲା ସ୍କୁଲ ଯିବ ।ପ୍ରଥମ ୫ ବର୍ଷ ପିଲାଙ୍କ ଫାଉଣ୍ଡେସନ ବା ପ୍ରାଥମିକ ଶିକ୍ଷା ରହିବ।ଯେଉଁଥିରେ ପିଲାର ବୌଦ୍ଧିକ ବିକାଶକୁ ଗୁରୁତ୍ୱ ଦିଆଯିବ । ଅଙ୍ଗନୱାଡି, ପ୍ରି-ସ୍କୁଲ ଏବଂ ପ୍ରଥମ ଓ ୨ୟ ଶ୍ରେଣୀ ପଢିବ ଯାହା ପ୍ରାୟ ୮ ବର୍ଷରେ ଶେଷ ହେବ।ତା ପରେ ୩ ବର୍ଷରେ ପିଳା ତୃତୀୟ,ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ଯାହାକି ପ୍ରିପାରେଟୋରୀ ଷ୍ଟେଜ ବା ପ୍ରସ୍ତୁତି ପର୍ଯ୍ୟାୟ ରହିବ । ପରେ ୬ଷ୍ଠ, ସପ୍ତମ, ଅଷ୍ଟମ ମିଡିଲ ଷେଜ୍ ବା ମଧ୍ୟମ ପର୍ଯ୍ୟାୟ ରହୁଛି । ତା ପରେ ଯେଉଁ ୪ ବର୍ଷ ରହିବ ସେଥିରେ ୯ମ,ଦଶମ,ଯୁକ୍ତ ୨ ପ୍ରଥମ ବର୍ଷ ଏବଂ ଯୁକ୍ତ ୨ ଦ୍ୱିତୀୟ ବର୍ଷ । ଭିନ୍ନ ଭିନ୍ନ ସ୍କୁଲ ମଧ୍ୟରେ ସମନ୍ୱୟ ଆଣି ନୂଆ ଢାଞ୍ଚାରେ ପାଠ ପଢାଇବା ଆହ୍ୱାନ ହେବ । ସେହିପରି ଶିକ୍ଷାନୀତି ଅନୁଯାୟୀ ୪ ବର୍ଷର ସ୍ନାତକ କୋର୍ସ ରହିବ । ଗବେଷଣା ଓ ପ୍ରାକ୍ଟିକାଲର ଗୁରୁତ୍ୱ ବଢିବ । ଉଚ୍ଚଶିକ୍ଷାକୁ ଗୁଣାତ୍ମକ,ସ୍ୱାୟତ୍ତ ଏବଂ ସମାବୋ କରିବାକୁ ପଦକ୍ଷେପ ନିଆଯିବ । ପାଠ୍ୟକ୍ରମକୁ ରୋଜଗାର ଭିତ୍ତିକ କରାଯିବ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now