ଗତଥରେ ବଜେଟ ଥିଲା କେବଳ ଆନ୍ଧ୍ର ପ୍ରଦେଶ ଉପରେ ଫକୋସ ରହିଥିଲା । ଗତ ଆର୍ଥିକ ବର୍ଷରେ ଆନ୍ଧ୍ର ପ୍ରଦେଶକୁ ସ୍ଵତନ୍ତ୍ର ଭାବେ ୧୫ ହଜାର କୋଟି ଟଙ୍କାର ଅନୁଦାନ ମିଳିଥିଲା । ଯାହା ଅନ୍ୟ ରାଜ୍ୟ କୁ ମିଳି ନଥିଲା । ଚଳିତ ଥର ବିହାର ବଜେଟ୍ । ବିହାର ପାଇଁ ଫୋକସ କରାଗଲା। କିନ୍ତୁ ବର୍ଷ ବର୍ଷ ଧରି ବିଜେଡି ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟ ର ମାନ୍ୟତା ଦାବି କରି ଆସୁଥିଲେ ମଧ୍ୟ ଓଡ଼ିଶା କୁ ଦିଆଯାଇନାହିଁ । ଏପରି କି ସ୍ଵତନ୍ତ୍ର ଫାକସ ରାଜ୍ୟ ର ମାନ୍ୟତା ମଧ୍ଯ ଦେଲେ ନାହିଁ । କିନ୍ତୁ ଓଡ଼ିଶାର ଡବଲ ଇଞ୍ଜିନ ସରକାର ଆସିବା ପରେ ଓଡ଼ିଶାକୁ ବେଶୀ ଅନୁଦାନ ମିଳିବ ବୋଲି ଆଶା କରାଯାଉଥିଲା । ଓଡିଶାର ଖଣି କୋଇଲା ଓ ମାଇନିଙ୍ଗ ସବୁ ଏଠାରୁ କରାଯାଉଛି । କିନ୍ତୁ ସେହି ଅନୁପାତରେ କେନ୍ଦ୍ର ଓଡ଼ିଶାକୁ ଅନୁଦାନ ଦେଲେ ନାହିଁ । ତେନ୍ତୁ ଏ ବଜେଟ୍ ଓଡ଼ିଶା ଓ ଓଡ଼ିଶାବାସୀଙ୍କ ପାଇଁ ହତାସ। ଆୟ କର ଛାଡ ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରି ବିଜେଡି ନେତା ଅମର ପଟ୍ଟନାୟକ କହିଛନ୍ତି, ଯେଉଁମାନେ ୠଣ ନେଇ ଘର କଲେ ସେଥିରେ ଫାଇଦା ମିଳିବ ନାହିଁ । ଦ୍ଵିତୀୟରେ ଯେଉଁ ଭଳି ଭାବେ ଦର ଦାମ ବୃଦ୍ଧି ପାଇଛି । ଏଥିରେ ମଧ୍ୟବିତ୍ତ ପରିବାରର ଆର୍ଥିକ ସ୍ଥିତି ଦୁର୍ବଳ କରିଛି ବୋଲି କହିଛନ୍ତି ବିଜେଡି ନେତା ଅମର ପଟ୍ଟନାୟକ।

Naxatra News is now on Whatsapp
Join and get latest news update delivered to you via whatsapp
Join Now