ସମ୍ୱର ମାରି ମାଂସ ବିକ୍ରୟ ବେଳେ ବୁଗୁଡା ବନବିଭାଗର ଚଢାଉ

ଶିକାରୀମାନେ ଜଙ୍ଗଲ ଜନ୍ତୁ ମାରି ସେମାନଙ୍କର ମାଂସ ବିକ୍ରୟ କରୁଥିବା ନେଇ ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ବନଖଣ୍ତ ଅଧିନ ବୁଗୁଡା ବନବିଭାଗ ପକ୍ଷରୁ ଚଢାଉ। ବୁଗୁଡା ବନାଞ୍ଚଳ ଅଧିନ ନିମପଦର ଗ୍ରାମ ନିକଟସ୍ତ ବୋରିପଦର ଛକ ନିକଟରେ ମାଂସ ବିକ୍ରୟ କରୁଥିବା ବେଳେ ବନ ଅଧିକାରୀ ପ୍ରଦୀପ କୁମାର ମିଶ୍ରଙ୍କ ସମେତ ସମସ୍ତ ବନ କର୍ମଚାରୀ ଚଢଉ କରିଥିଲେ। ମାଂସ ବ୍ୟବସାୟୀକୁ ଗିରଫ ସହ ଦୁଇ କେଜି ମାଂସ ଜବତ ମଧ୍ୟ କରାଯାଇଛି। ଗିରଫ ଜଣକ ହେଲେ ପଟାଧର ଗ୍ରାମର ସାଗର ନାୟକ ବୋଲି କହିଛନ୍ତି ବନାଞ୍ଚଳ ଅଧିକାରି ପ୍ରଦିପ କୁମାର ମିଶ୍ର ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *