ଆଜିଠୁ ଯୁକ୍ତ ଦୁଇ ଖାତା ଦେଖା

ଓଡ଼ିଶାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ବୁଧବାରଠାରୁ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ଉତ୍ତର ଖାତା ମୂଲ୍ୟାଙ୍କନ ଆରମ୍ଭ କରିଛି। ମୂଲ୍ୟାଙ୍କନ ପ୍ରକ୍ରିୟା ପାଇଁ ପ୍ରାୟ ୮,୦୦୦ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଛି।

ସୂଚନା ଅନୁଯାୟୀ, ଓଡ଼ିଶାର ୩୦ଟି ଜିଲ୍ଲାର ୭୮ଟି କେନ୍ଦ୍ରରେ ମୂଲ୍ୟାଙ୍କନ ପ୍ରକ୍ରିୟା କରାଯାଉଛି। ଖାତା ଦେଖା ଦୁଇଟି ପର୍ଯ୍ୟାୟରେ ହେବ। ପ୍ରଥମ ପର୍ଯ୍ୟାୟ ଏପ୍ରିଲ ୨ ରୁ ୧୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ୭,୦୦୦ଶିକ୍ଷକ ଉତ୍ତର ଖାତା ମୂଲ୍ୟାଙ୍କନ କରିବେ। ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୧୬ ରୁ ୨୮ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟ‌ରେ ପ୍ରାୟ ୮,୦୦୦ଶିକ୍ଷକ ସାମିଲ ହେବେ।  ଏହି ଭଳି ପ୍ରାୟ ୧୬,୦୦୦ ପରୀକ୍ଷକ ଖାତାଦେଖାରେ ସାମିଲ ହେବେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *