ବାଂଲାଦେଶୀଙ୍କ ବସ୍ତିରେ ବୁଲିଲା ବୁଲଡୋଜର

ପହଲଗାମ ଆକ୍ରମଣ ପରେ ଗୁଜରାଟ ପୋଲିସ ସୁରଟ ଏବଂ ଅହମ୍ମଦାବାଦରୁ ୧୦୦୦ରୁ ଅଧିକ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିଥିଲା  | ସେହି ସମୟରେ ଏବେ ପୋଲିସ ଚାନ୍ଦୋଲା ହଦ ନିର୍ମିତ ବାଂଲାଦେଶୀ ବସ୍ତି ଉପରେ ଚଢାଉ କରିଛି | ଚାନ୍ଦୋଲା ହଦ ପାଖରେ ଗଢି ଉଠିଥିବା ସମସ୍ତ ବସ୍ତି ଧୂଳିସାଥ  ହୋଇଯାଇଛି | ଏବେ ପୋଲିସ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି  ୮୦୦ ରୁ ଅଧିକ ଲୋକଙ୍କୁ ଗିରଫ କରିଥିଲେ | ଚାନ୍ଦୋଳା ଅଞ୍ଚଳରେ ବୁଲଡୋଜର ଚଳାଇବା ପୂର୍ବରୁ ପୋଲିସ  ସମଗ୍ର ଅଞ୍ଚଳକୁ ବିଦ୍ୟୁତ ଯୋଗାଣ ବନ୍ଦ କରିଦେଇଥିଲା | ଏହାପରେ ୫୦ ଟି JCB ମେସିନ ଏବଂ ୩୦ ଟି MMC ଡମ୍ଫର ଡକାଯାଇଛି ଏହି ସମୟରେ ଘଟଣା ସ୍ଥଳରେ ୨୦୦୦ ରୁ ଅଧକ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ | ବସ୍ତି ଉପରେ କର୍ଯ୍ଯାନୁଷ୍ଠାନ ସମୟରେ ୮୦୦ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଥିଲା | ଯେଉଁମାନଙ୍କ ମଧ୍ୟରୁ ୧୪୩ ଜଣଙ୍କୁ ବାଂଲାଦେଶୀ ନାଗରିକ ଭାବରେ ଚିହ୍ନଟ କରାଯାଇଥିଲା | ବାଂଲାଦେଶୀ ବସ୍ତି ବିରୋଧରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ସମୟରେ ପୋଲିସ ସମଗ୍ର ଅଞ୍ଚଳ ରେ ୧୦ରୁ ଅଧକ ଡ୍ରୋନ ମୁତୟନ କରିଥିଲେ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *