ଆସନ୍ତାମାସ ୨୧ ତାରିଖରେ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୂଚନା ଦେଇଛନ୍ତି ଧରଣୀଧର ବିଶ୍ଵବିଦ୍ୟାଳୟର ଭାଇସ୍ ଚାନସେଲର୍ । ଆସନ୍ତାମାସ ୨୧ ତାରିଖରେ ଧରଣୀଧର ବିଶ୍ଵବିଦ୍ୟାଳୟର ସାଉଥ୍ କ୍ୟାମ୍ପସ୍ ରେ ଏକ ୫ମହଲା ଶ୍ରେଣୀଗୃହ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ କହିଛନ୍ତି ଧରଣୀଧର ବିଶ୍ଵବିଦ୍ୟାଳୟର ଭାଇସ୍ ଚାନସେଲର୍ । ଏଥିସହ , ଆସନ୍ତା ୨ ବର୍ଷ ମଧ୍ୟରେ ଧରଣୀଧର ବିଶ୍ଵବିଦ୍ୟାଳୟ ଭିତ୍ତିଭୂମିର ସମ୍ପୁର୍ଣ୍ଣ ବିକାଶ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଏଥିପାଇଁ ଏକ ବିଶ୍ଵସ୍ତରୀୟ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବିଶ୍ଵବିଦ୍ୟାଳୟରେ ଅତିଶୀଘ୍ର କୂଳସଚିବ, ପରୀକ୍ଷା ନିୟନ୍ତ୍ରକ ଓ ବିତ୍ତ ନିୟନ୍ତ୍ରକ ପଦବୀ ପୂରଣ ହେବ । ଗତକାଲି ଲୋକସଭା ଭବନରେ ଧରଣୀଧର ବିଶ୍ଵବିଦ୍ୟାଳୟ ସମ୍ପର୍କରେ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ୨୦୨୩ ମସିହା ଫେବୃଆରୀ ରେ ଧାରଣୀଧର ମହାବିଦ୍ୟାଳୟ ବିଶ୍ଵବିଦ୍ୟାଳୟର ମାନ୍ୟତା ପାଇଥିଲା । ଏହି ବିଶ୍ଵବିଦ୍ୟାଳୟ ଅଧିନରେ ୩୮ଟି କଲେଜ ଅନୁବନ୍ଧିତ ହୋଇଛି । ହେଲେ, ଏଯାଏ ବିଶ୍ଵବିଦ୍ୟାଳୟର ମୌଳିକ ସୁବିଧା ସମ୍ପୁର୍ଣ୍ଣ ହୋଇପାରିନାହିଁ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now