ଝାଡଖଣ୍ଡ ଗାଲୁଡିହରେ ନିଜ ଜନ୍ମ କଲା ଝିଅକୁ ପିଟି ପିଟି ହତ୍ୟା କରିଛନ୍ତି ନୃଶଂସ ବାପା-ମାଆ। ତେବେ ପୋଲିସ ଘଟଣାର ତଦନ୍ତ କରି ଉଭୟ ବାପା ମାଆଙ୍କୁ ଗିରଫ କରିଛି। ୪ ବର୍ଷର ଝିଅ ପାଠ ନ ପଢିବାରୁ , ବାପା ମାଆ ଭୀଷଣ ଭାବରେ ରାଗିଯାଇ ମାଡ ମାରି ଏଭଳି କାଣ୍ଡ ଘଟାଇଥିବା ଜଣାପଡିଛି। ଏହି ଘଟଣାରେ ୨୭ ବର୍ଷୀୟ ଉତମ ମୈତୀ ଏବଂ ୨୬ ବର୍ଷୀୟା ତାଙ୍କ ସ୍ତ୍ରୀ ଅଞ୍ଜନା ମହତୋଙ୍କୁ ଗିରଫ କରାଯାଇଛି। ଉଭୟ ଶ୍ରମିକ ଭାବରେ କାମ କରୁଥିଲେ। ତାଙ୍କର ଆଉ ଏକ ଝିଅ ମାମୁଁଘରେ ରହୁଥିବା ଜଣାପଡିଛି।
ଝିଅର ପାଠପଢାରେ କୌଣସି ଇଛା ଦେଖିନଥିବା କହିଛନ୍ତି ବାପାମାଆ। ବାରମ୍ୱାର ପିଲାକୁ ବୁଝାଇବା ସତ୍ତ୍ୱେ ପିଲାଟି ପାଠ ପଢିବାକୁ ମନ କରୁନଥିଲା। ଏଥିରେ ଉଭୟ ବାପା ମା ରାଗି ଝିଅର ହାତ ଗୋଡ ବାନ୍ଧି ଦେଇଥିଲେ। ପରେ ମନ ଇଛା ତାକୁ ମାଡ ମାରି ଥିଲେ। ମାଡରେ ଝିଅଟିର ଅବସ୍ଥା ଗୁରୁତର ହୋଇଯିବାରୁ ତାକୁ ଖସମାହଲରର ସଦର ଡାକ୍ତରଖାନାକୁ ନେଉଥିବା ବେଳେ ରାସ୍ତାରେ ତାର ମୃତ୍ୟୁ ହୋଇଥିଲା। ଝିଅର ମୃତ୍ୟୁ ହେବା ଜାଣି ଉଭୟ ଭୟଭୀତ ହୋଇପଡିଥିଲେ ଓ ସାଲଗାଜୁରୀ ଷ୍ଟେସନରୁ ଗାଲୁଡିହ ଷ୍ଟେସନକୁ ଯାଇ ସେଠାରେ ଥିବା ରେଳଟ୍ରାକ ନିକଟ ବୁଦାମୂଳରେ ଫୋପାଡି ଦେଇଥିଲେ। ସେପଟେ ପଡୋଶୀମାନେ ଝିଅକୁ ନ ଦେଖିବାରୁ ବାପାମାଙ୍କୁ ପଚାରିଥିଲେ। କିନ୍ତୁ ଉଭୟଙ୍କଠାରୁ ପଡୋଶୀ କୌଣସି ସନ୍ତୋଷଜନକ ଉତ୍ତର ପାଇ ନ ଥିଲେ। ତେଣୁ ସେମାନଙ୍କ ଉପରେ ପଡୋଶୀଙ୍କର ସନ୍ଦେହ ହୋଇଥିଲା ଓ ସେମାନେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାର ଛାନଭିନ କରି ସବୁ ଖବର ଜାଣିବା ପରେ ବାପାମାଙ୍କୁ ଗିରଫ କରିଥିବା ଜଣାପଡିଛି।
- ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ

Naxatra News is now on Whatsapp
Join and get latest news update delivered to you via whatsapp
Join Now