ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଭାରତୀୟ ଇସ୍ପାତ ସଂଘ ସଭାପତି ନବୀନ ଜିନ୍ଦଲ

Spread the love

ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଭାରତୀୟ ଇସ୍ପାତ ସଂଘ ସଭାପତି ନବୀନ ଜିନ୍ଦଲ। ଭାରତୀୟ ଇସ୍ପାତ ସଂଘ ପକ୍ଷରୁ ସୌଜନ୍ୟମୂଳକ ଭାବେ ସାକ୍ଷାତ କରିଛନ୍ତି। ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସହ ସେ ଆଲୋଚନା କରିଛନ୍ତି । ଏହି ଅବସରରେ ଅନୁଗୁଳ ଜିନ୍ଦଲ ପ୍ଲାଣ୍ଟ ବିଶ୍ବର ସର୍ବବୃହତ ଷ୍ଟିଲ ପ୍ଲାଣ୍ଟ ହେବ ବୋଲି ସେ କହିଛନ୍ତି । ବର୍ଷକ ମଧ୍ୟରେ ଦୁଇ ଗୁଣା ବୃଦ୍ଧି ପାଇବ ଇସ୍ପାତ ଉତ୍ପାଦନ କ୍ଷମତା । ୨୦୧୫ ସୁଦ୍ଧ ସରିବ ଷ୍ଟିଲ ପ୍ଲାଣ୍ଟର ସମ୍ପ୍ରସାରଣ କାର୍ଯ୍ୟ । ଅନୁଗୁଳ ଜିଲ୍ଲାରୁ ବାର୍ଷିକ ୧୨ ନିୟୁତ ଟନ ଇସ୍ପାତ ଉତ୍ପାଦନ କରାଯିବ । ଆଗକୁ ଜିନ୍ଦଲ ପ୍ଲାଣ୍ଟର ଉତ୍ପାଦନ କ୍ଷମତା ୨୫ ନିୟୁତ ଟନକୁ ବୃଦ୍ଧି କରିବାର ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ଜେଏସପିଏଲ ମୁଖ୍ୟ ନବୀନ ଜିନ୍ଦଲ ।

Leave a Reply

Your email address will not be published. Required fields are marked *