ବିଜାପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ,ଦୁଇ ଯବାନ ଆହତ

ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ । ଏହି ବିସ୍ଫୋରଣରେ ଦୁଇ ଯବାନ ଗୁରୁତର ଆହତ ହୋଇଛନ୍ତି । ଜାପୁର ଭୋପାଲପାଟନମ NH60 ଜାତୀୟ ରାଜପଥରେ ନକ୍ସଲମାନେ ଯବାନଙ୍କ ଏକ ପିକ୍ ଅପ୍ ଗାଡ଼ିକୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଥିବା ବେଳେ ଗୋର୍ଲା ନାଲା ଗାଁ ନିକଟରେ ମାଓବାଦୀ ମାନେ ଏହି ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଛନ୍ତି । ବିସ୍ଫୋରଣ ପରେ ମାଓବାଦୀ ମାନେ ଯବାନଙ୍କ ଉପରେ ଗୁଳି ଚାଳନା ମଧ୍ୟ କରିଥିଲେ । ଏହି ଘଟଣାରେ ଦୁଇ ଯବାନ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଆହତ ଯବାନଙ୍କୁ ଅନ୍ୟ ସାଥି ଯବାନ ମାନେ ତୁରନ୍ତ ପ୍ରାଥମିକ ଚିକିତ୍ସା ଲାଗି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା ସେବା ଯୋଗାଇ ଦେଇଥିବା ଦେଖିବାକୁ ମିଳିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *