ପ୍ରଧାନମନ୍ତ୍ରୀ ପୋଷଣ ଯୋଜନା ରେ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ବାବଦ ଖର୍ଚ୍ଚ ବଢାଇଛନ୍ତି ସରକାର । ପୂର୍ବରୁ ଶିଶୁ ଦିବସରେ ୧ଟଙ୍କା ବଢାଇଛନ୍ତି ସରକାର । ପୂର୍ବରୁ ଶିଶୁ ଦିବସରେ ୧ଟଙ୍କା ବଢାଯାଇ ଥିବାବେଳେ ଏବେ ପୁର୍ନବାର ବୃଦ୍ଧି କରାଯାଇଛି । ଆସନ୍ତା ଡିସେମ୍ବର ପହିଲା ରୁ ଏହା ଲାଗୁ କରାଯିବାକୁ ପିଏମ ପୋଷଣ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶ ରଘୁରାମ ଆର ଆୟାର ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବାବଦ ଖର୍ଚ୍ଚ ୫ଟଙ୍କା ୯୦ ପଇସା ଥିବାବେଳେ ଏବେ ୭ଟଙ୍କା ୬୪ ପଇସା କରାଯାଇଛି । ଅନୁରୂପ ଭାବେ ଷଷ୍ଠରୁ ଅଷ୍ଠମ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ୧୦ ଟଙ୍କା ୯୪ ପଇସା କରାଯାଇଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now