ପାରାଦୀପରେ ଆମୋନିଆ ଗ୍ୟାସ ଲିକ୍ ,୪ଜଣ ଅସୁସ୍ଥ

ପାରାଦୀପ ଆଇସ୍ ପ୍ଲାଣ୍ଟରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇଛି । ଫଳରେ ୪ ଜଣ ସାମାନ୍ୟ ଅସୁସ୍ଥ ହୋଇପଡ଼ିଛନ୍ତି । ଗଡ଼ ଇଣ୍ଡଷ୍ଟ୍ରିଆଲ ଏରିଆରେ ଦେଖିବାକୁ ମିଳିଛି ଏଭଳି ଘଟଣା । ପାରାଦୀପ ଆଇସ୍ ଫ୍ୟାକ୍ଟ୍ରିରୁ ଲିକେଜ୍ ହୋଇଛି ଆମୋନିଆ । ସ୍ଥାନୀୟ ଅଞ୍ଚଳରେ ଆମୋନିଆ ଗ୍ୟାସ୍‌ର ପ୍ରଭାବ ଦେଖିବାକୁ ମିଳିଛି । ଯାହା ଫଳରେ ଆଖି ଓ ନାକ ପୋଡ଼ୁଥିବା ସୂଚନା ମିଳିଛି । କମ୍ପାନୀର ହୋଷ୍ଟ ପାଇପ୍ ଫାଟିଯିବାରୁ ଆମୋନିଆ ଗ୍ୟାସ୍ ବ୍ୟାପିଛି । ଘଟଣାସ୍ଥଳରେ କୁଜଙ୍ଗ ଅଗ୍ନିଶମ ବିଭାଗ, ପିପିଏଲ ଓ ଇଫକୋ ସାର କାରଖାନାର ଅଗ୍ନିଶମ ଗାଡ଼ି ସହିତ ସ୍ବତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ୍‌କୁ ନିୟନ୍ତ୍ରଣକୁ ଆଣିଛନ୍ତି ।

ମଙ୍ଗଳବାର ରାତିରେ ଆଇସ୍ ଫ୍ୟାକ୍ଟ୍ରି ପକ୍ଷରୁ ୮ଟି ଆମୋନିଆ ଟାଙ୍କି ଅଣାଯାଇଥିଲା ‌। ଉକ୍ତ ଟାଙ୍କି ମଧ୍ୟରୁ ଗୋଟିଏ ଟାଙ୍କିର ହୋଷ୍ଟ ପାଇପ୍ ଫାଟି ଗ୍ୟାସ୍ ଲିକ୍ ହୋଇଥିଲା । ଯାହା ଫଳରେ କର୍ମଚାରୀ ମାନେ ଭୟଭୀତ ହୋଇ ବାହାରକୁ ଦୌଡି ପଳାଇ ଆସିଥିଲେ । ତେବେ ଉକ୍ତ ଟାଙ୍କିକୁ ଏକ ପାଣି ଖାଲରେ ପକାଇ ପାଣି ସ୍ପ୍ରେ କରାଯାଇଥିଲା । ପରେ ଅନ୍ୟ ଏକ ଟାଙ୍କିରେ ପାଖାପାଖି ୮ ଇଞ୍ଚର ଫାଟ ହୋଇଥିବା ଦେଖିବାକୁ ମିଳିଥିଲା । ପାଣି ମାରି ଲିକେଜ୍‌କୁ ନିୟନ୍ତ୍ରଣକୁ ଅଣାଯାଇଛି । ଘଟଣାସ୍ଥଳରେ ପାରାଦୀପ ଅତିରିକ୍ତ ଏସ୍‌ପି ସ୍ମୃତି ରଞ୍ଜନ କର, ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା, ଲକ୍ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *