ପ୍ରକାଶ ପାଇଛି ବହୁ ପ୍ରତିକ୍ଷୀତ ସିବିଏସଇ ର ଦ୍ଵାଦଶ ଶ୍ରେଣୀର ପରୀକ୍ଷାଫଳ। ଅନ୍ୟ ସବୁଥର ପରି ଏଥର ମଧ୍ୟ ଝିଅମାନେ ଆଗୁଆ ଅଛନ୍ତି। ଅନ ଅଫିସିଆଲ୍ ସାଇଟ୍ ରେ ପ୍ରକାଶିତ ଫଳାଫଳ ଅନୁଯାୟୀ ଓଡ଼ିଶାର ପ୍ରୀତିକା ମିଶ୍ର ଜାତୀୟ ସ୍ତରରେ ସପ୍ତମ ସ୍ଥାନରେ ରହି ଆମ ରାଜ୍ୟର ଟେକ ରଖିଛନ୍ତି।ଭୁବନେଶ୍ୱର ନିବାସୀ ପ୍ରୀତିକା ମିଶ୍ର ସୁନାମଧନ୍ୟ ଆକାଶ ଇନଷ୍ଟିଚ୍ୟୁଟରେ ଇଞ୍ଜିନିୟରିଂ ପାଇଁ ତାଲିମ ନେଉଥିଲେ। ଭବିଷ୍ୟତରେ ପ୍ରଯୁକ୍ତିବିଦ୍ୟାରେ କ୍ୟାରିଅର ଗଢିବାକୁ ଇଛା ରଖିଥିବା ଏହି ମେଧାବୀ ଛାତ୍ରୀ ନିଜ ସଫଳତାର ଶ୍ରେୟ ନିଜ ଅଜା, ଆଈ ,ମାଉସୀ ଏବଂ ପରିବାରବର୍ଗଙ୍କୁ ଦେବା ସହିତ ଈଶ୍ବରଙ୍କ ଆଶୀର୍ବାଦରୁ ସବୁ ସମ୍ଭବ ହୋଇ ପାରିଥିବା କଥା କହିଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now