ସିଂହଦ୍ୱାର ପ୍ରବେଶ ,୩ ଦ୍ୱାର ଦେଇ ପ୍ରସ୍ଥାନ

ମହା ପଞ୍ଚକରେ ଶ୍ରୀ ମନ୍ଦିର ମହାପ୍ରଭୁ ଙ୍କ ଭିନ୍ନ ଭିନ୍ନ ଦୃଲଭ ବେଶ ଅନୁଷ୍ଠିତ ହେବ। ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ମହା ପଞ୍ଚକରେ ଶ୍ରୀମନ୍ଦିର ମହାପ୍ରଭୁଙ୍କ ଭିନ୍ନ ଭିନ୍ନ ଦୃଲଭ ବେଶ ଅନୁଷ୍ଠିତ ହେବ । ମହାପ୍ରଭୁ ଙ୍କ ଦର୍ଶନ ଲାଗି ଲକ୍ଷାଧିକ ଭକ୍ତ ଙ୍କ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରବଳ ଭକ୍ତଙ୍କ ଭିଡ଼ କୁ ଦୃଷ୍ଟିରେ ରଖି ଶ୍ରୀ ମନ୍ଦିର ସିଂହ ଦ୍ଵାରରେ ପ୍ରବେଶ କରି ଅନ୍ୟ ତିନି ଦ୍ଵାର ରେ ପ୍ରସ୍ଥାନ କରିବା ଲାଗି କରାଯାଇଛି ବ୍ୟବସ୍ଥା । ଆଜି ପୁରୀ ସର୍କିଟ ହାଉସ ଠାରେ ପଞ୍ଚକରେ ଭକ୍ତ ଙ୍କ ଦର୍ଶନ ବ୍ୟବସ୍ଥାକୁ ନେଇ ପୁରୀ ଜିଲ୍ଲାପାଳ ଙ୍କ ଅଧକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ପ୍ରଶାସନ ର ସମସ୍ତ ଅଧିକାରୀ ମନେ ଉପସ୍ଥିତ ରହି ପ୍ରଶାସନିକ ପ୍ରସ୍ତୁତି ସମ୍ପର୍କ ରେ ଆଲୋଚନା କରିଥିଲେ । ଚଳିତ ବର୍ଷ କାର୍ତ୍ତିକ ମାସ ର ପଞ୍ଚକ ଚାରି ଦିନ ପଢ଼ୁଥିବା ରୁ ନୀତି କାନ୍ତି ଶୃଙ୍ଖଳିତ କରିବା ଲାଗି ସେବାୟତ ଙ୍କ ସହ ଆଲୋଚନା ହୋଇଥିବା କହିଛନ୍ତି ଜିଲ୍ଲାପାଳ l ଏଥିସହ ଭକ୍ତ ଙ୍କ ଶୃଙ୍ଖଳିତ ଦର୍ଶନ ସହ ଭିଡ଼ ନିୟନ୍ତ୍ରଣ ନେଇ ପ୍ରଶାସନ ପକ୍ଷରୁ ବଡ଼ ଦାଣ୍ଡ ମାର୍କେଟ ଛକ ଠାରୁ ସ୍ୱତନ୍ତ୍ର ବାରିଗେଟ କରାଯାଇଛି । ଭକ୍ତ ଙ୍କ ଲାଗି ପାନୀୟ ଜଳ, ଫ୍ୟାନ ଠାରୁ ଆରମ୍ଭ କରି ବିଭିନ୍ନ ବ୍ୟବସ୍ଥା କରାଯାଇଛି l ଭିଡ଼ ନିୟନ୍ତ୍ରଣ ଲାଗି ଭକ୍ତ ମନେ କେବଳ ସିଂହ ଦ୍ଵାର ରେ ପ୍ରବେଶ କରି ଅନ୍ୟ ଦ୍ଵାର ରେ ପ୍ରସ୍ଥାନ କରିବେ ଭକ୍ତ ଶ୍ରଦ୍ଧାଳୁ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *