ଛତିଶଗଡ଼ର ସୁକମା ଏବଂ ନାରାୟଣପୁର ଜିଲ୍ଲାରେ ପୁଲିସ ସହ ନକ୍ସଲ ଗୁଳିବିନିମୟରେ ୩୬ ଜଣ ନକ୍ସଲ ମୃତ୍ୟୁବରଣ କରିଥିବା ବେଳେ ବିପୁଳ ପରିମାଣରେ ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ କରାଯାଇଛି।
ବିଶେଷ ସୂତ୍ରରୁ ଖବର ପାଇ ସୁକମା ଓ ବିଜାପୁର ଜିଲ୍ଲାର ସୀମାବର୍ତ୍ତି ଅଂଚଳର ମରକାଗୁଡା, ଇରାପଲ୍ଲୀ, ବଟେତଙ୍ଗ, ମଟ୍ଟାଗୁଡ଼େମ ଭଳି ଗ୍ରାମ ନିକଟସ୍ଥ ଜଙ୍ଗଲରେ ଡ଼ିଆରଜି, ବସ୍ତର ଫାଇଟର୍ସ, ଜିଲ୍ଲା ପୁଲିସ ମିଳିତ ସର୍ଚ୍ଚ ଅପେରସନ କରୁଥିବା ବେଳେ ନକ୍ସଲ ସହ ମୁଁହାମୁହିଁ ହୋଇଥିଲେ।
ସୂଚନା ଯୋଗ୍ୟ ସକାଳ ୭ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ରହି ରହି ଗୁଳିବିନିମୟ ହୋଇଥିଲା। ନାରାୟଣପୁର ଜିଲ୍ଲାର ଆବୁଝମାଡ଼ ଜଙ୍ଗଲରେ ମଧ୍ୟ ନକ୍ସଲ ପୁଲିସ ମଧ୍ୟରେ ଗୁଳିବିନିମୟ ଘଟିଥିଲା । ଏହି ଗୁଳିବିନିମୟରେ ଦନ୍ତେୱାଡା ପୁଲିସ ମଧ୍ୟ ସାମିଲ ଥିଲା । ତେବେ ଏହି ସର୍ଚ୍ଚ ଅପରେସନରେ ୧୪ ଜଣ ନକ୍ସଲ ଶବ ଉଦ୍ଧାର କରାଯାଇଛି । ମୃତକଙ୍କ ସଂଖ୍ୟା ୩୬ ବୋଲି ଛତିଶଗଡ଼ ପୁଲିସ ଗଣମାଧ୍ୟମକୁ ସୂଚନା ଦେଇଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now