ରାଜ୍ୟ ସ୍ତରୀୟ ବରିଷ୍ଠ ଅଗ୍ନିଶମ ଅଧିକାରୀ ଅଧିବେଶନ

Spread the love

ଭୁବନେଶ୍ୱର: ଓଡିଶା ଅଗ୍ନିଶମ ନିର୍ଦ୍ଦେଶାଳୟ ଦ୍ଵାରା ଓଡିଶା ଅଗ୍ନିଶମ ଓ ବିପତ୍ତି ନିସ୍ତାର ପ୍ରତିଷ୍ଠାନ, ଭୂବନେଶ୍ୱର ଠାରେ ରାଜ୍ୟ ସ୍ତରୀୟ ବରିଷ୍ଠ ଅଗ୍ନିଶମ ଅଧିକାରୀ ଅଧିବେଶନ-୨୦୨୨ ଆୟୋଜିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୃହରାଜ୍ୟ ମନ୍ତ୍ରୀ ତୁଷାରକାନ୍ତି ବେହେରା ୨୦୪୭ ସୁଦ୍ଧା ଓଡ଼ିଶାରେ ଅଗ୍ନିକାଣ୍ଡ ଓ ବିପତ୍ତିର ତ୍ଵରିତ ମୁକାବିଲା ଲାଗି ଅତ୍ୟାଧୁନିକ ଜ୍ଞାନ କୌଶଳ ସହ ଅନ୍ତର୍ଜାତୀୟମାନର ପ୍ରଶିକ୍ଷଣର ସୁବିଧା, ଭିତ୍ତିଭୂମିର ବିକାଶ, ଆବଶ୍ୟକତାକୁ ଜୋର୍ ଦିଆଯାଇଛି। କାରଣ ବର୍ଦ୍ଧିତ ଜନସଂଖ୍ୟା, ଦୃତ ସହରୀକରଣ, ଶିଳ୍ପାୟନ ଓ ଆସନ୍ତା ସମୟମାନଙ୍କରେ ପ୍ରତ୍ୟେକ କ୍ଷେତ୍ରରେ ଅଟୋମେସନ ଓ କୁତ୍ରିମ ବୁଦ୍ଧିମତା ଭଳି ବୈଷୟିକ ଜ୍ଞାନର ଅନୁପ୍ରବେଶ, ଜୀବନ ଓ ପ୍ରକୃତିକୁ ଜଟିଳ ପରିସ୍ଥିତିରେ ପକାଇବ । ବର୍ତ୍ତମାନ ଅତି ଉଚ୍ଚ ନିର୍ମାଣ ଲାଗି ଅଗ୍ନିସୁରକ୍ଷା କୋଡ ଅନୁପାଳନର ତଦାରଖ କରିବା ଅପରିହାର‌୍ୟ୍ୟ ବୋଲି ମତ ଦେଇଛନ୍ତି । ସମ୍ମାନୀୟ ଅତିଥି ସ୍ୱତନ୍ତ୍ର ରିଲିଫ କମିଶନର ପି ପେ ଜେନା ବିଗତ ବର୍ଷ ମାନଙ୍କରେ ପ୍ରାକୃତିକ ବିପର‌୍ୟ୍ୟୟ ବେଳେ ଅଗ୍ନିଶମ ଅଧିକାରୀମାନଙ୍କର ଅତୁଳନୀୟ ଯୋଗଦାନ ଦ୍ଵାରା କିପରି ଅମୂଲ୍ୟ ଜନଜୀବନ ଓ ସମ୍ପଦର ରକ୍ଷା ହେଇପାରିଛି ତାର ଭୂୟସୀ ପ୍ରଶଂସା କରିଥିଲେ। ଓଡ଼ିଶା ସରକାରଙ୍କ \’ଜିରୋ କାଜୁଆଲିଟି\’ ର ପ୍ରତିବଦ୍ଧତାକୁ ଅଗ୍ନିଶମ ସେବା ଆହୁରି ଦୃଢ଼ କରି ପାରିଥିବାରୁ ସାଧୁବାଦ ଜଣାଇ ଥିଲେ ଜେନା । ଏହି ଅବସରେ ଅଗ୍ନିଶମ ମହାନିର୍ଦ୍ଦେଶକ ସନ୍ତୋଷ ଉପାଧ୍ୟୟ ଅନ୍ୟ ଶିଳ୍ପାଚଂଳ ସହ ତୈଳ ଓ ରାସାୟନିକ ଶିଳ୍ପଗୁଡିକର ଅଗ୍ନି ବିପତ୍ତି ନିରୋଧ କ୍ଷମତା ବୃଦ୍ଧି କରିବା ଜରୁରୀ ବୋଲି ମନ୍ତବ୍ୟ ରଖିଥିଲେ।ଏହା ବ୍ୟତୀତ ଭବିଷ୍ୟତରେ ଅତିଉଚ୍ଚ ନିର୍ମାଣର ସୁରକ୍ଷା ,ରେଳ ଓ ମେଟ୍ରୋ ଅଘଟଣ,ସାମୂଦ୍ରିକ ତୈଳ ବିଛ୍ଛୁରଣ ମୁକାବିଲା କ୍ଷେତ୍ରରେ ପାରଦର୍ଶୀ ହେବାକୁ ପଡ଼ିବ ବୋଲି ଅଗ୍ନିଶମ ଅଧୀକାରୀକୁଂ ଉପଦେଶ ଦେଇଥିଲେ। ଅଧିବେଶନରେ ଅଗ୍ନି ,ବିପତ୍ତି ଓ ମଣିଷ ଉପରେ ତାର ମନୋବୈଜ୍ଞାନିକ ପ୍ରଭାବ ବିଷୟରେ ଆଲୋଚନା କରାଯାଇଥିଲା। ବନ୍ୟଜନ୍ତୁ ସୁରକ୍ଷା ଓ ଜଂଗଲ ନିଆଁ ପ୍ରତିରୋଧ ଲାଗି ମୁକାବିଲା ଓ ଜନଜାଗୃତି ଆବଶ୍ୟକତା ବିଷୟରେ ଚର୍ଚ୍ଚା ମଧ୍ୟ କରାଯାଇଥିଲା। ଅଧିକାରୀ ମାନେ ଅଗ୍ନି ନିରୋଧ, ପ୍ରତିରୋଧ ଓ ଶମନ ଭିତ୍ତିକ ଅନେକ ଆଲୋଚ୍ୟ ପ୍ରସଗଂ ଉପସ୍ଥାପନ କରିଥିଲେ। ଶେଷରେ ଓଡିଶା ଅଗ୍ନିଶମ ଓ ବିପତ୍ତି ନିସ୍ତାର ପ୍ରତିଷ୍ଠାନର ନିର୍ଦ୍ଦେଶକ ଶ୍ରୀ ରମେଶ ମାଝୀ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *