ମଧୁମେହ ରୋଗୀଙ୍କ ପାଇଁ ଉପକାରୀ ବ୍ଲକ୍ ରାଇସ୍

Spread the love

ଆଜିକାଲିର ଖାଦ୍ୟପେୟ ଯୋଗୁଁ ନାନା ରୋଗର ଶିକାର ହେବାକୁ ପଡୁଛି। ଫାଷ୍ଟଫୁଡ, ଜଙ୍କଫୁଡ ଭଳି ଖାଦ୍ୟ ଛୋଟପିଲାଙ୍କ ଠାରୁ ଆରମ୍ଭ କରି ଯୁବପୀଢି ବେଶି ଖାଇବାକୁ ମନ ବଳାଉଛନ୍ତି। ଯାହାଦ୍ୱାରା ଖୁବ କମ ବୟସରୁ ଯୁବପୀଢିଙ୍କ ଶରୀରରେ ଅନେକ ପ୍ରକାରର ରୋଗ ଦେଖାଯାଉଛି। ଯାହାଦ୍ୱାରା ଲୋକମାନଙ୍କର ସଚେତନତା ମଧ୍ୟ କମି ଯାଉଛି। 

ଏବେ ଘରେ ଘରେ ସବୁଠି ମଧୁମେହ ଭଳି ରୋଗ ଯୁବପୀଢିଙ୍କଠାରୁ ଆରମ୍ଭ କରି ବୟସ୍କ ଲୋକଙ୍କଠାରେ ବେଶି ପରିମାଣରେ ଦେଖାଦେଇଛି। ତେବେ ମଧୁମେହ ରୋଗୀ ନିଜକୁ ସୁସ୍ଥ ରଖିବାକୁ ଏବେ ଖାଇବାରେ ସାମିଲ କରିପାରିବେ ବ୍ଲାକ ରାଇସ। ଯାହା ମଧୁମେହ ରୋଗୀଙ୍କ ପାଇଁ ଖୁବ ଫାଇଦା ଦେଇଥାଏ ବୋଲି ଜଣାପଡିଛି। ଏହାକୁ ବ୍ୟାଗିନୀ ଚାଉଳ ବୋଲି କୁହାଯାଏ। ଏହି ବ୍ଲାକ ଚାଉଳରେ ପ୍ରାମ୍ପର୍ଟିଜ ମିଳିଥାଏ।ଯାହା ସୁଗାର ସ୍ତରକୁ ନିୟନ୍ତ୍ରଣ କରିଥାଏ। ଏହାସହ ଏଥିରେ ବହୁ ମାତ୍ରାରେ ରହିଛି ଆଇରନ, ପ୍ରୋଟିନ, ଫାଇବର ଓ ଆଣ୍ଟିଏକ୍ସିଡେଣ୍ଟ। ଏହି ଚାଉଳ ଆନ୍ଥୋସିୟାନିନ ଏବଂ ଫ୍ଲାଭୋନାଏଡ ପ୍ଲାଣ୍ଟ ପିଗମେଣ୍ଟ ଯୋଗୁ କଳା ଏବଂ ବାଇଗଣୀ ରଙ୍ଗର ଦେଖାଦେଇଥାଏ। ଯାହା ଗ୍ରେଟର ନୋଏଡାର ଜିଆଇଏମଏସ ହସ୍ପିଟାଲରେ କାର୍ଯ୍ୟରତ ଡାଏଟସିଆନ ଡାକ୍ତର ଆୟୁଷି ଯାଦବଙ୍କ ଗବେଷଣାରେ ମଧୁମେହ ରୋଗୀଙ୍କ ପାଇଁ ଧଳା ଚାଉଳ ଖାଇବା ପରିବର୍ତ୍ତେ କଳା ଚାଉଳ ଖାଇପାରିବେ ବୋଲି ସୂଚନା ଦେଇଛନ୍ତି।

ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ…

Leave a Reply

Your email address will not be published. Required fields are marked *