
କୋରାପୁଟ: କୋରାପୁଟ ଜିଲ୍ଲାରେ ଝାଡାବାନ୍ତି ଆତଙ୍କ। ଦସମନ୍ତ ପୁର ବ୍ଲକ ପରେ ଏବେ ବୋରିଗୁମ୍ମା ବ୍ଲକର ହରଡା ଗୁଡାରେ ବ୍ୟାପିଛି ଝାଡାବାନ୍ତି। ୧୦ ସପ୍ତାହ ମଧ୍ୟରେ ଡମ୍ୱ ତୁରୁଞ୍ଜି ଗାଁର ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେହି ଗ୍ରାମରେ ଅଂକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଗତକାଲି ୧୦ ଆକ୍ରାନ୍ତ ବୋରିଗୁମ୍ମା ମେଡିକାଲରେ ଭର୍ତି ହୋଇଥିବା ବେଳେ ଆଜି ଜଣଙ୍କୁ ମେଡିକାଲରେ ଭର୍ତି କରାଯାଇଛି। କୁମୁଲି ମେଡିକାଲରେ ଏହି ଗ୍ରାମର ୪ ଜଣ ଆକ୍ରାନ୍ତ ଭର୍ତି ହୋଇଛନ୍ତି। ବ୍ଲକର ହରଡ଼ା ଗୁଡ଼ାରୁ ଆରମ୍ଭ ହୋଇଥିବା ଝାଡବାନ୍ତି ଏବେ ସହରାଞ୍ଚଳ ପର୍ଯ୍ୟନ୍ତ ବ୍ୟାପିବାରେ ଲାଗିଛି।

ସେପଟେ ବୋରିଗୁମ୍ମା ପଂଚାୟତର ଦୁଲାଗୁଡାରେ ମଧ୍ୟ ଝାଡାବାନ୍ତି ଆକ୍ରାନ୍ତ ହୋଇ ବୋରିଗୁମ୍ମା ମେଡିକାଲରେ ଭର୍ତି ହୋଇଛନ୍ତି। ଝାଡାବାନ୍ତିକୁ ନିୟନ୍ତ୍ରଣ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗର ଟିମ ୨୦ ଦିନ ହେବ ଗାଁରେ ଟେଣ୍ଟ ମାରିଛି। ହେଲେ ବି ନାକେଦମ ସ୍ୱାସ୍ଥ୍ୟ ବିଭାଗ। ଝାଡାବାନ୍ତିର କାରଣ ଦୂଷିତ ଜଳ ବୋଲି ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ ପାଣିର ଟେଷ୍ଟ କରାଯାଉନାହିଁ। ଅନ୍ୟପଟେ ସ୍ୱାସ୍ଥ୍ୟ ବିଭାଗର ଟିମ ବଭିନ୍ନ ଅଞ୍ଚଳକୁ ଯାଇ ଔଷଧ ବଣ୍ଟନ କରିବା ସହ ଜନ ସଚେତନ ମଧ୍ୟ କରୁଛନ୍ତି।