ଟିପିଏନ୍‌ଓଡିଏଲ ପକ୍ଷରୁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଶିବିର

Spread the love

ଧର୍ମଶାଳା : ରାଜ୍ୟରେ ଟିପିଏନ୍‌ଓଡିଏଲ (ଟାଟଔା ପାୱାର) ହାତକୁ ନେବା ଫଳରେ ବିଭିନ୍ନ ଜନହିତ କାର୍ଯ୍ୟକ୍ରମ ହାତକୁ ନେଇଛି । ଏହି କ୍ରମରେ  ଯାଜପୁର ଜିଲା ଝାଲପଡା ପଂଚାୟତ ଅନ୍ତର୍ଗତ କାକୁଡିକୁଦଠାରେ ଟାଟା ପାୱାର ପକ୍ଷରୁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱାସ୍ଥ୍ୟ ଶିବିରରେ ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା ସହିତ ଔଷଧ ବଂଟନ କରାଯାଇଥିଲା । ଏହି ପଂଚାୟତର ୨ଶହରୁ ଉର୍ଦ୍ଧ ଜନସାଧାରଣ ଯୋଗ ଦେଇ ନିଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ଅଭିଜ୍ଞ ଡାକ୍ତରଙ୍କ ପରାମର୍ଶ ନେଇଥିଲେ । ରୋଗୀମାନଙ୍କୁ ମାଗଣାରେ ଔଷଧ ପ୍ରଦାନ କରାଯାଇଥିଲା । ବ୍ରହ୍ମବରଦା ବିଦ୍ୟୁତ୍ କାର୍ଯ୍ୟାଳୟର କନିଷ୍କ ଯନ୍ତ୍ରୀ ଅଶୋକ କୁମାର ସାହୁ ଉପସ୍ଥିତ ରହିଥିବା ବେଳେ ଲାଇନ ମ୍ୟାନ ପ୍ରସନ୍ନ କୁମାର ସାହୁ,ନିରଞ୍ଜନ ବିଶ୍ୱାଳ,ଦେବପ୍ରକାଶ ରଥ,ମୁକ୍ତିକାନ୍ତ ସାହୁ,ସରୋଜ ସାମଲ,ମନୋଜ ପରିଡା,ସନ୍ତୋଷ ସାହୁ,ପବିତ୍ର ମହାନ୍ତି ଓ ମଦନ ମୋହନ ମଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *