କୋର୍ଟ

ପିଆଇଏଲ ଯାଚିକା କର୍ତ୍ତାଙ୍କୁ ୫ ଲକ୍ଷ ଜରିମାନା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗୁରୁବାର ଦିନ ସାମାଜିକ କର୍ମୀ ହିମାଂଶୁ କୁମାରଙ୍କ ଦ୍ବାରା ଦାୟର ଯାଚିକାକୁ ଖାରଜ କରିଦେଇଛନ୍ତି। ଯାଚିକାରେ ୨୦୦୯ ମସିହାରେ ଛତିଶଗଡରେ ହୋଇଥିବା ୧୭ ଆଦିବାସୀଙ୍କ ହତ୍ୟା ଘଟଣାରେ ଛତିଶଗଡ ପୁଲିସ ଓ ସିଏସଏଫ ବିରୋଧରେ ସିବିଆଇ ତଦନ୍ତ ଦାବି କରିଥିଲେ। ବିଚାରପତି ଜଷ୍ଟିସ ଏଏମ ଖାନୱିକର ଓ ଜଷ୍ଟିସ ଜେ ବି ପର୍ଦିୱାଲା ଯାଚିକାକର୍ତ୍ତାଙ୍କ ଉପରେ ୫ ଲକ୍ଷ ଟଙ୍କା ସୁପ୍ରିମକୋର୍ଟଙ୍କ ନ୍ୟାୟିକ ସେବା କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରିବାକୁ କୁହାଯାଇଛି।

କୋର୍ଟ କୁମାରଙ୍କ ଯାଚିକା ଉପରେ କହିଛନ୍ତି କି, ଆମେ ମାମଲାକୁ ନେଇ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ସରକାରଙ୍କ ଉପରେ ଛାଡି ଦେଇଛୁ। ଆଇପିସିର ଧାରା ୨୧୧ରେ କାର୍ଯ୍ୟାନୁଷ୍ଠାନକୁ ଶ୍ରେଣୀଭୁକ୍ତ କରାଯାଇ ପାରିବ ନାହିଁ। ଆମେ ମିଥ୍ୟାକୁ ନେଇ ଅଗ୍ରଗତି କରୁନାହିଁ କିନ୍ତୁ ଏହି ଘଟଣାରେ ଅପରାଧିକ ଷଡଯନ୍ତ୍ରକୁ ନେଇ ରାଜ୍ୟ ସରକାର ଚାର୍ଜ ଲଗାଇବାକୁ ସ୍ବାଧୀନ ବୋଲି କହିଛନ୍ତି କୋର୍ଟ।

ଏହି ମାମଲାରେ କୋର୍ଟ ମାମଲା ଖାରଜ କରିବା ପୂର୍ବରୁ ସଲିସିଟର ଜେନେରାଲ ତୁଷାର ମେହତା ଅନୁରୋଧ କରିଥିଲେ କି, ମାମଲାରେ ଏକାଧିକ ରାଜ୍ୟର ସମ୍ପୃକ୍ତି କାରଣରୁ କେନ୍ଦ୍ରୀୟ ଏଜେନ୍ସିକୁ ଏହାର ଯାଞ୍ଚ ପାଇଁ ଅନୁମତି ଦିଆଯାଉ। ତେବେ ମାମଲାରେ ଆବେଦନକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି।   

Related Articles

Leave a Reply

Your email address will not be published.

Back to top button