କୋର୍ଟ

ଲାଲକିଲା ଆକ୍ରମଣ: ଦୋଷୀ ଆରିଫର ମୃତ୍ୟୁଦଣ୍ଡ ବଳବତ୍ତର

ନୂଆଦିଲ୍ଲୀ: ୨୦୦୦ ଲାଲକିଲା ଆକ୍ରମଣର ଦୋଷୀ ଲଶ୍କର ଏ ତୋଏବାର ଆତଙ୍କବାଦୀ ମହମ୍ମଦ ଆରିଫ ଓରଫ ଅଶଫାକ ର ଫାସି ଦଣ୍ଡକୁ ବଳବତ୍ତର ରଖିଛନ୍ତି ସୁପ୍ରିମକୋର୍ଟ। କୋର୍ଟ ଆରିଫର  ଫାଶୀ ଦଣ୍ଡ ଉପରେ ପୁନର୍ବିଚାର ପାଇଁ ଯାଚିକା ଦାୟର କରିଥିଲା, ଯାହାକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ଏହା ପୂର୍ବରୁ ସୁପ୍ରିମ କୋର୍ଟ ଦିଲ୍ଲୀର ଲାଲକିଲା ଆକ୍ରମଣ ପାଇଁ ତିସ ହଜାରୀ କୋର୍ଟଙ୍କ ଫାଶୀ ଦଣ୍ଡକୁ ବଳବତ୍ତର ରଖିଥିଲେ।

୨୦୦୦ ସେପ୍ଟେମ୍ବରକୁ ଲାଲକିଲା ଉପରେ ଆକ୍ରମଣ ହୋଇଥିଲା। ଯେଉଁଥିରେ ଦୁଇ ଜଣ ଯବାନଙ୍କ ସହ ଜଣେ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଜଣେ ଆତଙ୍କୀର ମଧ୍ୟ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ଦିଲ୍ଲୀ ପୁଲିସ ୨୧ ଜଣଙ୍କୁ ଗିରଫ କରିଥିଲା। ୨୦୦୫ରେ ଏହି ମାମଲାରେ ତିସ ହଜାରୀ କୋର୍ଟ ସାତ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଅନ୍ୟ ୭ ଜଣଙ୍କୁ ନିର୍ଦ୍ଦୋଷ ଘୋଷଣା କରିଥିଲେ।  ଆକ୍ରମଣର ମୁଖ୍ୟ ଅଭିଯକ୍ତ, ଲଶ୍ମର ଏ ତୋଏବାର ଆତଙ୍କବାଦୀ ଅଶଫାକକୁ ଫାସି ଦଣ୍ଡରେ ଦଣ୍ଡିତ କରିଥିଲେ।

Related Articles

Leave a Reply

Your email address will not be published.

Back to top button