କୋର୍ଟଜାତୀୟ

ଜାତିଗତ ଜନଗଣନା ଉପରେ ତତ୍କାଳ ଶୁଣାଣି ପାଇଁ ଏସସି ରାଜି

ନୂଆଦିଲ୍ଲୀ: ବିହାରର ନୀତିଶ ସରକାରଙ୍କ ପକ୍ଷରୁ ରାଜ୍ୟରେ ହେବାକୁ ଥିବା ଜାତିଗତ ଜନଗଣନା ବିରୋଧରେ ଦାୟର ଯାଚିକାର ତତ୍କାଳ ଶୁଣାଣି ପାଇଁ ସୁପ୍ରିମ କୋର୍ଟ ରାଜି ହୋଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଯାଚିକା ଉପରେ ଜାନୁଆରୀ ୧୩ରେ ହେବ ଶୁଣାଣି। ଓକିଲ ବରୁଣ କୁମାର ସିହ୍ନା ଏକ ପିଆଇଏଲ ମାଧ୍ୟମରେ ବିହାର ସରକାରଙ୍କ ଉପସଚିବଙ୍କ ଦ୍ବାରା ରାଜ୍ୟରେ  ହେବାକୁ ଥିବା ଜନଗଣନାକୁ ରଦ୍ଦ କରିବାକୁ ଓ ଅଧିକାରୀମାନଙ୍କୁ ଏହା ଉପରେ ଆଗକୁ ପଦକ୍ଷେପ ନେବା ଉପରେ ରୋକ ଲଗାଇବାକୁ ଦାବି କରିଛନ୍ତି।

ଯାଚିକାରେ ଅଭିଯୋଗ କରାଯାଇଛି କି, ୬ ଜୁନ ୨୦୨୨କୁ ଜାରି ଅଧିସୂଚନା ସମ୍ବିଧାନର ଅନୁଚ୍ଛେଦ ୧୪ର ଉଲ୍ଲଙ୍ଘନ କରୁଛି, ଯେଉଁଥିରେ ବିଧି ସଂଗତ ସମାନତା ଓ ଆଇନର ସମାନ ସଂରକ୍ଷଣର ବ୍ୟବସ୍ଥା ରହିଛି। ଯାଚିକାକର୍ତ୍ତା କହିଛନ୍ତି କି, ଅଧିସୂଚନା ବେଆଇନ, ଅସମ୍ବିଧାନିକ ଓ ମନମୁଖୀକୁ ଦର୍ଶାଉଛି।

ନାଳନ୍ଦା ନିବାସୀ ଅଖିଳେଶ କୁମାର ନିଜ ଯାଚିକାରେ ଆହୁରି କହିଛନ୍ତି କି, ଯଦି ଜାତି ଆଧାରିତ ସର୍ବେକ୍ଷଣର ଉଦ୍ଦେଶ୍ୟ ଉତ୍ପୀଡନର ଶିକାର ହେଉଥିବା ଜାତିକୁ ସମୟ ଉପଯୋଗୀ କରିବା, ତେବେ ଦେଶ ଓ ଜାତି ଆଧାରିତ ଭେଦ କରିବା ତର୍କହୀନ ଓ ଅନୁଚିତ। ଏଥିରେ କୌଣସି ବେଦଭାବ ଆଇନର ଉଦ୍ଦେଶ୍ୟ ପୂରା କରୁନାହିଁ।

Related Articles

Leave a Reply

Your email address will not be published.

Back to top button