କୋର୍ଟଜାତୀୟ

‘ଫାଶୀ ବଦଳରେ କଣ ହେବ କମ ଯନ୍ତ୍ରଣାଦାୟୀ’

ନୂଆଦିଲ୍ଲୀ: ମୃତ୍ୟୁ ଦଣ୍ଡାଦେଶ ମିଳିଥିବା ଦୋଷୀଙ୍କୁ ଫାଶୀ ବଦଳରେ ଅନ୍ୟ କିଛି କମ ଯନ୍ତ୍ରଣାଦାୟକ ଦଣ୍ଡ ଦେବାକୁ ଦାୟର ଜନହିତ ଯାଚିକା ଉପରେ ଶୁଣାଣି କରି କେନ୍ଦ୍ରକୁ ଏହା ଉପରେ ବିଚାର କରିବାକୁ କହିଛନ୍ତି ସୁପ୍ରିମକୋର୍ଟ। ଜନହିତ ଯାଚିକାରେ ଫାଶି ବଦଳରେ ଗୁଳି ମାରି, ଇଞ୍ଜେକ୍ସନ ଦେଇ ବା ବିଦ୍ୟୁତ୍ ଆଘାତରେ ମାରିବାକୁ ଅପିଲ କରାଯାଇଥିଲା।

ଫାଶି ବଦଳରେ ଅନ୍ୟ କିଛି ଉପାୟ ଅବଲମ୍ବନ କରିବାକୁ ଦାୟର ପିଆଇଏଲ ଉପରେ ଖୁବ ଶୀଘ୍ର ବିଚାର କରିବେ ସୁପ୍ରିମକୋର୍ଟ। ଏହା ଉପରେ ଏକ ଆକ୍ସନ କମିଟି ଗଠନ କରିବାକୁ କୋର୍ଟ ସଙ୍କେତ ଦେଇଛନ୍ତି। ଏଥିସହ କେନ୍ଦ୍ରକୁ ତଥ୍ୟ ମଗାଯାଇଛି। ସୁପ୍ରିମକୋର୍ଟ ପଚାରିଛନ୍ତି କି, ଫାଶୀରେ କେତେ କଷ୍ଟ ହୋଇଥାଏ? ଆଧୁନିକ ବିଜ୍ଞାନ ଓ ବୈଷୟିକ ଜ୍ଞାନରେ ଫାଶୀ ଉପରେ କଣ ବିଚାର ରହିଛି? କଣ ଦେଶ ବା ବିଦେଶର ମୃତ୍ୟୁଦଣ୍ଡାଦେଶ ସମ୍ବନ୍ଧିତ କିଛି ଡାଟା  ଅଛି? ଏପରି ପ୍ରଶ୍ନର ଜବାବ ମାଗିବା ସହ ଏହି ମାମଲାରେ ଦୁଇ ମେ’ରେ ପରବର୍ତ୍ତୀ ଶୁଣାଣି କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି ସର୍ବୋଚ୍ଚ କୋର୍ଟ।

ଶୁଣାଣି କାଳରେ ସିଜେଆଇ ଡିୱାଇ ଚନ୍ଦ୍ରଚୂଡ ଯାଚିକାକର୍ତ୍ତା ଓ ଏଜି ଭେଙ୍କଟରମନୀଙ୍କୁ କହିଛନ୍ତି, ଏହା ଉପରେ ଚିନ୍ତା କରିବାର ରହିଛି ଆବଶ୍ୟକତା। ତେବେ ଏହା ଉପରେ ଆମକୁ କିଛି ବୈଜ୍ଞାନିକ ଡାଟାର ଆବଶ୍ୟକତା ରହିଛି। ବିଭିନ୍ନ ଉପାୟରେ ହେଉଥିବା କଷ୍ଟକୁ ଅଧ୍ୟୟନ କରିବାକୁ ଅଛି। ଏଥିପାଇଁ ଏକ କମିଟି ଗଠନ କରିବାର ଆବଶ୍ୟକତା ରହିଛି। ତେଣୁ କମିଟିରେ କେଉଁମାନେ ରହିବେ ତା ଉପରେ ପରାମର୍ଶ ଦେଇପାରିବେ। ଏପରି କି, ଘାତକ ଇଞ୍ଜେକସନ ମଧ୍ୟ ଯନ୍ତ୍ରଣାଦୟକ ବୋଲି ଅନୁଭବ କରିଛନ୍ତି କୋର୍ଟ। ସିଜେଆଇ କହିଛନ୍ତି, ଆମକୁ ଦେଖିବାକୁ ହେବ କି, କଣ ଏହି ଉପାୟ ଗ୍ରହଣୀୟ ହେବ ଓ ଆଉ କିଛି ଉପାୟକୁ ଗ୍ରହଣ କରାଯିବ?  ଏପରି ହେଲେ କଣ ଫାଶୀକୁ ଅସମ୍ବିଧାନିକ ଘୋଷିତ କରାଯିବ ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ।

କେନ୍ଦ୍ର ପକ୍ଷରୁ କୁହାଯାଇଛି କି, ଯଦି କୌଣସି କମିଟି ଗଠନ କରାଯାଏ, ତେବେ ଆମକୁ କୌଣସି ଆପତ୍ତି ହେବ ନାହିଁ।

Related Articles

Leave a Reply

Your email address will not be published.

Back to top button