କୋର୍ଟ

ଲିଭ ଇନ ରିଲେସନରେ ଶାରୀରିକ ସମ୍ପର୍କ ବଳାତ୍କାର ନୁହେଁ: ଏସସି

ନୂଆଦିଲ୍ଲୀ: ଲିଭ ଇନ ରିଲେସନକୁ ନେଇ ସୁପ୍ରିମକୋର୍ଟ ପୁଣି ତାଙ୍କ ପୂର୍ବ ମନ୍ତବ୍ୟକୁ ଦୋହରାଇଛନ୍ତି।  ଯଦି ଦୀର୍ଘ ସମୟଧରି ଦୁଇ ଜଣ ଏକ ସାଙ୍ଗରେ ରହୁଥାନ୍ତି ଓ ପରେ ସମ୍ପର୍କରେ ଫାଟ ସୃଷ୍ଟି ହୁଏ ତେବେ ତେବେ ସେମାନଙ୍କ ମଧ୍ୟରେ ସ୍ଥାପିତ ଶାରୀରିକ ସମ୍ପର୍କକୁ ଦୁଷ୍କର୍ମ ଆଖ୍ୟା ଦିଆଯାଇ ପାରିବ ନାହିଁ।

କୋର୍ଟ କହିଛନ୍ତି, ଅନେକ ସମୟରେ ଦେଖା ଯାଉଛି ଜଣେ ମହିଳା ଓ ପୁରୁଷ ବିନା ବିବାହରେ ବର୍ଷ ବର୍ଷ ଧରି ଏକା ସାଙ୍ଗରେ ରହିଥାନ୍ତି। କିନ୍ତୁ ଏମିତି ସମୟ ଆସେ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୁଏ। ଏହା ପରେ ମହିଳା ତାଙ୍କ ଲିଭିଂ ସାଥୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥାନ୍ତି। ଏପରି କି ଅନେକ ସମୟରେ ମହିଳା ପୁରୁଷ ସାଥି ବିବାହର ନିର୍ଭର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ କରିଥିବା ଅଭିଯୋଗ ଆଣନ୍ତି। ଏହାକୁ ନେଇ ସର୍ବୋଚ୍ଚ କୋର୍ଟ କହିଛନ୍ତି କି, ଏପରି କ୍ଷେତ୍ରରେ ପୁରୁଷଙ୍କ ବିରୋଧରେ ବଳାତ୍କାର ମକଦମା କରାଯାଇ ପାରିବ ନାହିଁ।

ରାଜସ୍ଥାନର ଜଣେ ମହିଳା ଓ ଜଣେ ପୁରୁଷ ଦୀର୍ଘ ୪ ବର୍ଷ ଧରି ବିବାହ ନ କରି ସାଙ୍ଗହୋଇ ରହୁଥିଲେ। ଏହି ସମ୍ପର୍କରେ ସେମାନଙ୍କର ଗୋଟିଏ ପୁଅ ମଧ୍ୟ ଅଛି। କିନ୍ତୁ ପରେ ଉଭୟଙ୍କ ମଧ୍ୟରେ ମତାନ୍ତର ହୋଇଥିଲା ଓ ଏହାକୁ ନେଇ ମହିଳା ଉକ୍ତ ପୁରୁଷଙ୍କ ବିରୋଧରେ ଆଣିଥିଲେ ବଳାତ୍କାରର ଅଭିଯୋଗ। ରାଜସ୍ଥାନ ହାଇକୋର୍ଟ ପୁରୁଷଙ୍କୁ ଜାମିନ ଦେବାକୁ ମନା କରିଦେଇଥିଲେ। ଏହାକୁ ନେଇ ଉକ୍ତ ପୁରୁଷ ଜଣଙ୍କ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏବେ ସୁପ୍ରିମ କୋର୍ଟ  ନିଜ ଆଦେଶରେ କହିଛନ୍ତି, ଯଦି ଦୁଇ ଜଣ ସାଙ୍ଗହୋଇ ରହିଥାନ୍ତି ଓ ପରେ ସମ୍ପର୍କ ଖରାପ ହୁଏ ତେବେ ଏହାକୁ ବଳାତ୍କାର କୁହାଯାଇ ପାରିବ ନାହିଁ।

Related Articles

Leave a Reply

Your email address will not be published.

Back to top button