ଇଣ୍ଟରନେଟ୍ ଦର ନିୟନ୍ତ୍ରଣ ନେଇ ଆଗତ ଜନସ୍ୱାର୍ଥ ମାମଲାକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ଏହା ଫ୍ରି ମାର୍କେଟ। ଗ୍ରାହକଙ୍କ ପାଖରେ ଅନେକ ବିକଳ୍ପ ଅଛି। ସେମାନେ କେଉଁ ଇଣ୍ଟରନେଟ୍ ସେବା ନେବେ। ଲାନ୍, ଓ୍ୱାୟାର୍ଡ ଇଣ୍ଟରନେଟ୍ ସମେତ ବିଏସଏନଏଲ ଓ ଏମିଟିଏନଏଲ ସେବା ବି ଉପଲବ୍ଧ। ତା ହେଲେ ନିର୍ଦ୍ଦିଷ୍ଟ କମ୍ପାନୀ ସେବା ନେବା ଉପଭୋକ୍ତାଙ୍କ ଉପରେ ନିର୍ଭର କରେ। ସେଥିଲାଗି ଇଣ୍ଟରନେଟ୍ ଦର ନିୟନ୍ତ୍ରଣ ଲାଗି ଅଙ୍କୁଶ ଲଗାଇହେବନି ବୋଲି ସୁପ୍ରିମକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ କହିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ସଞ୍ଜୟ କୁମାରଙ୍କ ଖଣ୍ଡପୀଠ ଏହାର ଶୁଣାଣୀ କରି ଏଭଳି ରାୟ ଦେଇଛନ୍ତି। ତେବେ ଜନସ୍ୱାର୍ଥ ମାମଲା ଦାଏର କରିଥିବା ପିଟିସନର ରଜତ କହିଛନ୍ତି, ଯଦିବା ଉପଭୋକ୍ତାଙ୍କ ପାଖରେ ଅନେକ ବିକଳ୍ପ ଅଛି। କିନ୍ତୁ ଜିଓ-ରିଲାଏନ୍ସର ମାର୍କେଟ ସେୟାର ୮୦ ପ୍ରତିଶତ। ଆଉ ଏହା ଶୁଣିବା ପରେ ପ୍ରଧାନ ବିଚାରପତି ହସ୍ତକ୍ଷେପ କରି କହିଥିଲେ ଯେ, ତାହେଲେ ଆବେଦନକାରୀ କମ୍ପିଟିସନ କମିଶନ ଅଫ ଇଣ୍ଡିଆଙ୍କ ପାଖକୁ ଯାଆନ୍ତୁ।
ରିପୋର୍ଟ- ପ୍ରଦୀପ ନାୟକ

Naxatra News is now on Whatsapp
Join and get latest news update delivered to you via whatsapp
Join Now