କୋର୍ଟ

ହାଜତରେ ଦୋଷୀଙ୍କ ଭର୍ଜିନିଟି ଟେଷ୍ଟ ଅସମ୍ବିଧାନିକ

ନୂଆଦିଲ୍ଲୀ: ନ୍ୟାୟିକ ହେଉ ବା ପୁଲିସ ହାଜତ, ମହିଳା ଦୋଷୀ ବା ଅଭିଯୁକ୍ତଙ୍କ ଭର୍ଜିନିଟି ଟେଷ୍ଟ ଅସମ୍ବିଧାନିକ। ୧୯୯୨ରେ କେରଳର ସିଷ୍ଟର ଅଭୟା ହତ୍ୟା ମାମଲାରେ ଅଭିଯୁକ୍ତ ସେଫିଙ୍କ ଭର୍ଜିନିଟି ଟେଷ୍ଟକୁ ଅସମ୍ବିଧାନିକ କହିଛନ୍ତି ଦିଲ୍ଲୀ ହାଇକୋର୍ଟ। ଏକକ ବିଚାରପତି ଜଷ୍ଟିସ ସ୍ବାରନା କାଣ୍ଟା ଶର୍ମା ଏହି ମାମଲାର ଶୁଣାଣି କରି ଏପରି କହିଛନ୍ତି।

ବିଚାରପତି ଶର୍ମା ଆହୁରି କହିଛନ୍ତି କି, କଏଦୀଙ୍କ ମୌଳିକ ସମ୍ମାନ ରକ୍ଷା କରିବାକୁ ହେବ, ଯାହା ଏହି ମାମଲାରେ କ୍ଷୁନ୍ନ ହୋଇଛି। ଏଥିସହ  ବିଚାରପତି ଶର୍ମା ସିଷ୍ଟର ସେଫି ଭର୍ଜିନିଟି ଟେଷ୍ଟ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୨୧ର ଉଲ୍ଲଙ୍ଘନ ରୂପେ ଅସମ୍ବିଧାନିକ କହିଛନ୍ତି। ଅନୁଚ୍ଛେଦ ୨୧ ଯାଞ୍ଚ ବେଳେ ଏହାକୁ ଖାରଜ କରାଯାଇନଥିଲା। ତେଣୁ ଯାଚିକାକର୍ତ୍ତାଙ୍କୁ କୋର୍ଟ ସ୍ବାଧୀନତା ଦେଇଛନ୍ତି କି, ଏହି ଅପରାଧିକ ମାମଲା ଶେଷ ହୋଇଥିବାରୁ ତାଙ୍କର ମାନବାଧିକା ହନନ ପାଇଁ ସେ ଅନୁକମ୍ପା ରାଶି ଦାବି କରି ପାରନ୍ତି।  

ତେବେ ଘଟଣାଟି କେରଳରେ ହୋଇଥିବାରୁ ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦାୟର ଉପରେ ସିବିଆଇର ଆପତ୍ତି ଉପରେ ଜଷ୍ଟିସ ଶର୍ମା କହିଛନ୍ତି କି, ସିବିଆଇ ଓ ଏନଏଚଆରସି ଦିଲ୍ଲୀର ହୋଇଥିବାରୁ ମାମଲାରେ ଦିଲ୍ଲୀର ଆଂଶିକ ସମ୍ପୃକ୍ତି ରହିଛି।

ସୂଚନାଯୋଗ୍ୟ, ୧୯୯୨ ମାର୍ଚ୍ଚ ୨୭ ତାରିଖରେ କେରଳର କୋଟ୍ଟାୟାମ ଜିଲ୍ଲାର ସେଣ୍ଟ କନଭେଣ୍ଟ  ଚର୍ଚ୍ଚ ପରିସରର ଥିବା  କୂଅରୁ ସିଷ୍ଟର ଅଭୟାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ସ୍ଥାନୀୟ ପୁଲିସ ଓ କ୍ରାଇମବ୍ରାଞ୍ଚ ଏହାକୁ ଏକ ଆତ୍ମହତ୍ୟା ମାମଲା କହି ଥିଲେ। କିନ୍ତୁ ୧୯୯୩ରେ ସିଷ୍ଟର ଅଭୟାଙ୍କ ମା ଓ ଅନ୍ୟ ୬୭ ନନଙ୍କ ପକ୍ଷରୁ ଏକ ହତ୍ୟା ଅଭିଯୋଗ କରାଯାଇ ଏହାର ତଦନ୍ତ ସିବିଆଇ ଦ୍ବାରା କରାଯିବାକୁ ଦାବି କରାଯାଇଥିଲା। ସେହିବର୍ଷ ସିବିଆଇକୁ ମାମଲାର ତଦନ୍ତଭାର ଦିଆଯାଇଥିଲା।

୨୦୦୯ରେ ସିବିଆଇ ତାର ଚାର୍ଜସିଟରେ ଉଲ୍ଲେଖ କରିଥିଲା କି, ସିଷ୍ଟର ଅଭୟା ସେଫି, ଫାଦର କୋଟ୍ଟୁର ଓ ତୃତୀୟ ଅଭିଯୁକ୍ତ ଫାଦର ଜୋସେ ପୁଥ୍ରିକ୍କାୟିଲଙ୍କୁ ଅସଂଯତ ଅବସ୍ଥାରେ ଦେଖିଥିଲେ। ଏନେଇ ସିଷ୍ଟର ଅଭୟାଙ୍କୁ ହତ୍ୟା କରାଯାଇଥିଲା ବୋଲି ପରବର୍ତ୍ତୀ ସମୟରେ ୨୦୨୦ରେ ସିବିଆଇ ନିର୍ଯାସରେ ଉପନିତ ହୋଇଥିଲା। ତେଣୁ ସିଷ୍ଟର ସେଫି ଓ ଫାଦର କୋଟ୍ଟୁରଙ୍କୁ ସ୍ବତନ୍ତ୍ର ସିବିଆଇ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। କିନ୍ତୁ ଗତବର୍ଷ କେରଳ ହାଇକୋର୍ଟ ମାମଲାରେ ଦଣ୍ଡାଦେଶକୁ ସସ୍ପେଣ୍ଡ କରି ଜାମିନ ଦେଇଛନ୍ତି। କିନ୍ତୁ ସିବିଆଇ ତଦନ୍ତକାଳରେ ସିଷ୍ଟର ସେଫିଙ୍କ ନାରିତ୍ବ ପରୀକ୍ଷା କରିଥିଲା, ଯାହାକୁ ବିରୋଧକରି ସେ ଦିଲ୍ଲୀ ହାଇକୋର୍ଟରେ ଅପିଲ କରିଥିଲେ।

Related Articles

Leave a Reply

Your email address will not be published.

Back to top button