କୋରାନରେ ଯାହା ଲେଖା ତାହା ବାଧ୍ୟତାମୂଳକ: ଖୁର୍ସିଦ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ସୋମବାର ଦିନ ହିଜାବ ମାମଲାର ଶୁଣାଣି ହୋଇଛି। ଶୁଣାଣି କାଳରେ ଓକିଲ ସଲମାନ ଖୁର୍ସିଦ କହିଛନ୍ତି କି, ଇସଲାମରେ ବାଧ୍ୟତାମୂଳକ ଓ ଅଣବାଧ୍ୟତାମୂଳକ ପରି କୌଣସି କଥା ନାହିଁ। କୁରାନରେ ଯାହା ଅଛି ତାହା ବାଧ୍ୟତାମୂଳକ, ପୈଗମ୍ବର ଯାହା କହିଛନ୍ତି ତାହା ବାଧ୍ୟତାମୂଳକ।
ଶୁଣାଣି କାଳରେ ଖୁର୍ସିଦ ହିଜାବ, ବୁର୍କା, ଜିଲବାବର ଚିତ୍ର ଦେଖାଇ ଏହା ମଧ୍ୟରେ ଥିବା ଅନ୍ତର କୋର୍ଟଙ୍କୁ ଅବଗତ କରିଛନ୍ତି। ସେ କହିଛନ୍ତି କି, ସଂସ୍କୃତି ମହତ୍ବପୂର୍ଣ୍ଣ ଅଟେ, କାରଣ ସଂସ୍କୃତି ହିଁ ପରିଚୟ ପ୍ରଦାନ କରିଥାଏ। ମୋତେ ଡ୍ରେସ କୋଡର ସଦସ୍ୟତା ନେବାକୁ ହେବ କି? କିନ୍ତୁ କଣ ଏହାର ଅର୍ଥ ହେବ କି ମୁଁ ଏହା ବ୍ୟତୀତ ଆଉ କିଛି ପିନ୍ଧି ପାରିବି ନାହିଁ, ଯାହା ମୋ ଧର୍ମ ଓ ସଂସ୍କୃତି ପାଇଁ ମହତ୍ବପୂର୍ଣ୍ଣ?
ନିଜ ଯୁକ୍ତିକୁ ବଳିଷ୍ଠ କରିବାକୁ ଖୁର୍ସିଦ କହିଛନ୍ତି, ଯେତେବେଳେ ଆମେ ଗୁରୁଦ୍ବାର ଯାଉ ନିଜ ମୁଣ୍ଡକୁ ଘୋଡାଇ ଥାଉ। ଏହା ସଂସ୍କୃତି। କିଛି ଦେଶରେ ମସଜିଦରେ ମୁଣ୍ଡ ଘୋଡାଯାଇ ନ ଥିବା ବେଳେ ଭାରତରେ ସମସ୍ତେ ମୁଣ୍ଡ ଘୋଡାଇଥାନ୍ତି, ଏହା ସଂସ୍କୃତି। ଖୁର୍ସିଦ କହିଛନ୍ତି କି, ମୁଁ ନିର୍ଦ୍ଧାରିତ ପୋଷାକ ପିନ୍ଧିବି, କିନ୍ତୁ ପ୍ରଶ୍ନ କି, କଣ ଆଉ କିଛି ବି ପିନ୍ଧି ପାରିବି ଯାହା ମୋ ସଂସ୍କୃତି ପାଇଁ ମହତ୍ବପୂର୍ଣ୍ଣ ଅଟେ। ବିଭିନ୍ନ କାର୍ଯ୍ୟ ପାଇଁ ଭିନ୍ନ ଭିନ୍ନ ପୋଷାକ ରହିଛି, କିନ୍ତୁ ପ୍ରଶ୍ନ ଉଠୁଛି, ଯାହା ମୋ ସଂସ୍କୃତିରେ ଗୁରୁତ୍ବ ବହନ କରୁଛି ତାକୁ ପିନ୍ଧି ପାରିବି କି?
ପୁଟ୍ଟାସ୍ବାମୀ ରାୟର ଦ୍ବାହି ଦେଇ କହିଛନ୍ତି, ପରିଧାନ ଓ ପସନ୍ଦ ମଧ୍ୟ ନିଜ ବ୍ୟକ୍ତିତ୍ବର ଏକ ଦିଗ ଅଟେ। ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ବୁଧବାର ହେବ।