ଧର୍ମ

ଜୟପୁର ଅଷ୍ଟଶମ୍ଭୁକ୍ଷେତ୍ରରେ ଶିବ ବିବାହ ଓ ଶୀତଳ ଷଷ୍ଠୀ ମହୋତ୍ସବ

ଜୟପୁର : ଜୟପୁର ରାଜୁ ସାହି ପଂଚାନନ ଶୈବପୀଠ, ଅଷ୍ଟଶମ୍ଭୁକ୍ଷେତ୍ରରେ ଶିବ ବିବାହ ଓ ଶୀତଳ ଷଷ୍ଠୀ ଉତ୍ସବ ଗତକାଲି ଅନୁଷ୍ଠିତ ହୋଇଛି । ମନ୍ଦିରର ପରମ୍ପରା ଅନୁସାରେ ପ୍ରଥମେ ମଙ୍ଗଳନ ଓ ପଞ୍ଚଦେବତା ପୁଜା କରିବା ପରେ ଗୋଧୁଳି ଲଗ୍ନ ରେ ବିବାହ କାଯ୍ୟ ସମ୍ପନ୍ନ ହୋଇଥିଲା । ଏଥିରେ ବରପିତା ଭାବେ ଶ୍ରୀକାନ୍ତ ପାତ୍ର ଓ ବରମାତା ଭାବେ ଜିନିଆ ରାଣୀ ମହାଖୁଡ, କନ୍ୟାପିତା ଭାବେ ଅଜୟ କୁମାର ମିଶ୍ର ଓ କନ୍ୟା ମାତା ଭାବେ ମଞ୍ଜୁ ରାଣି ଦାସ ଉପସ୍ଥିତ ରହି ବିବାହ ସମ୍ପନ୍ନ କରିଥିଲେ । ପ୍ରଥମେ ଶିବ ଙ୍କୁ ବାବା ବୈଦନାଥ ମନ୍ଦିରରୁ ବିରାଟ ପଟୁଆରରେ ବରଯାତ୍ରି ଶୋଭାଯାତ୍ରା ରେ ବାହାର କରି କୁଞ୍ଜବିହାରି ମନ୍ଦିର କୁ ନିଆଯାଇଥିଲା । ସେଠାରୁ ମନ୍ଦିରକୁ ନିଆଯାଇ ସେଠାରେ ଶିବଙ୍କ ବାଟ ବରଣ କରାଯାଇଥିଲା । ପଞ୍ଚାନନ ଶୈବପୀଠ ରେ ଗତକାଲି ମଙ୍ଗଳକୃତ୍ୟ ଅନୁଷ୍ଠିତ ହୋଇଥିବା ବେଳେ ଆଜି ଶିବ ବିବାହ ଓ ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟ ରୁଦ୍ରାଭିଷେକ ଅନୁଷ୍ଠିତ ହୋଇଥିଲା । ଆସନ୍ତାକାଲି ଶୀତଳଷଷ୍ଠୀ ଓ ବିଶ୍ୱଶାନ୍ତି, ଘୃତଯଜ୍ଞ ପ୍ରସାଦ ସେବନର ବ୍ୟବସ୍ଥା ସହ ସଂନ୍ଧ୍ୟା ସମୟରେ ପଞ୍ଚାନନ ମନ୍ଦିର ଠାରୁ ହଟକେଶ୍ୱର ମନ୍ଦିର ପଯ୍ୟନ୍ତ ଉମା ମହେଶ୍ୱରଙ୍କର ନଗର ପରିକ୍ରମା କରାଯିବା ନେଇ କାଯ୍ୟକ୍ରମ ସ୍ଥିର କରାଯାଇଥିବା ନେଇ କମିଟି ସୁଚନା ଦେଇଛି । ଏହି କାଯ୍ୟକ୍ରମରେ ପୁଜା କମିଟିର ସଦସ୍ୟଙ୍କ ସହ ମନ୍ଦିରର ମୁଖ୍ୟ ପୁଜକ ହରି ତ୍ରିପାଠି ଙ୍କ ସହ କମିଟିର ନବ କୃଷ୍ଣ ରଥ, ଭାରତ ପଟ୍ଟନାୟକ ଜଗନ୍ନାଥ ମିଶ୍ର ଉପସ୍ଥିତ ରହି ସହ ଯୋଗ କରିଥିଲେ । ସେହିପରି ଭାବେ ସହରର ପୁରୁଣାଗଡ ସ୍ଥିତ ନିଳକଣ୍ଠେଶ୍ୱର ମନ୍ଦିର, ମହାତ୍ମାଗାନ୍ଧି ରୋଡ ସ୍ଥିତ ହଟକେଶ୍ୱର ମନ୍ଦିର ମାନଙ୍କରେ ମଧ୍ୟ ଶିବ ବିବାହ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ମାନଙ୍କରେ ବିବାହ ସମୟରେ ଭକ୍ତ ମାନେ ଉପସ୍ଥିତ ରହିଥିବା ଜଣାଯାଇଛି ।

Related Articles

Leave a Reply

Your email address will not be published.

Back to top button