ଭଗବତୀଙ୍କ ନୁତନ ପାର୍ଶ୍ୱ ବିଗ୍ରହ ଓ ପ୍ରାସାଦ ପ୍ରତିଷ୍ଠା ଉତ୍ସବ ନେଇ କଳଶ ଯାତ୍ରା ଅନୁଷ୍ଠିତ

Spread the love

ଜୟପୁର : ଜୟପୁରର ନାରାୟଣ ମନ୍ଦିର ସାହି ସ୍ଥିତ ଶ୍ରୀ ସଙ୍କଟ ମୋଚନୀ ମହାମାୟୀ ଭଗବତୀଙ୍କ ନୁତନ ପାଶ୍ୱର୍ ବିଗ୍ରହ ସହିତ ଦେବୀ ପ୍ରସାଦ ପ୍ରତିଷ୍ଠା ଉତ୍ସବ ନେଇ ସୋମବାର କଳସ ଯାତ୍ରା ଅନୁଷ୍ଠିତ ହୋଇଛି । ଭଗବତୀ ମନ୍ଦିରରୁ ବାହାରି ସତୀନଦୀକୁ ଯାଇ ସେଠାରୁ କଳଶରେ ପାଣି ଧରି ମନ୍ଦିରରେ ପହଞ୍ଚିଥିଲେ । ଏହି କଳଶ ଯାତ୍ରାରେ ଶହ ଶହ ମହିଳା ସାମିଲ ହୋଇଥିଲେ । ପରେ ପ୍ରତିଷ୍ଠାରମ୍ଭ, ବ୍ରାହ୍ମଣ ବରଣ, ଶାଲା ସଂସ୍କାର,ମଣ୍ଡଳ ପୁଜା ପାବତ୍ୟାଗ୍ନି ସ୍ଥାପନ କରାଯାଇଥିଲା । ରବିବାର ୪ ତାରିଖରୁ ଆରମ୍ଭ ହୋଇଥିବା ୮ ତାରିଖ ଯାଏ ୫ ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମ ନିତିକାନ୍ତି ପ୍ରତିଷ୍ଠା ଉତ୍ସବର କାର୍ଯ୍ୟକ୍ରମ ରହିଛି । ୬ ତାରିଖରେ ମଣ୍ଡଳ ପୁଜା ନୁତନ ବିଗ୍ରହ ମାନଙ୍କ ଅଧିବାସ, ନେତ୍ରୋତ୍ସବ, ଘୃତଯଜ୍ଞ, ନାମଯଜ୍ଞାରମ୍ଭ, ଜୀବନ୍ୟାସ ୭ ତାରିଖରେ ମହାସ୍ନାନ, ମଣ୍ଡଳ ପୁଜା, ଘୃତ ଯଜ୍ଞ, ଦେବତା ସ୍ୱସ୍ତିକ ମଣ୍ଡଳେ ଶୟନ ନାମଯଜ୍ଞାରମ୍ଭ, ଜୀବନ୍ୟାସ ୮ ତାରିଖରେ ପାଶ୍ୱ ଦ୍ୱାର, ତ୍ରିଶୁଳ, ଧ୍ୱଜ ସ୍ଥାପନ ଯଜମାନ ପ୍ରତିଷ୍ଠା ମହାଧ୍ୱଜ ଭ୍ରମଣ ଓ ପୁଣ୍ଣା ହୁତି ଓ ପ୍ରସାଦ ସେବନ ନେଇ ନିଷ୍ପତି ହୋଇଛି । କାର୍ଯ୍ୟକ୍ରମରେ ଗଞ୍ଜାମର ପଣ୍ଡିତ ଅଶୋକ କୁମାର ପାଢୀ ସମସ୍ତ ପୁଜାପାଠ ଦାୟିତ୍ୱ ତୁଲାଉଥିବା ଜଣାଯାଇଛି ।

Leave a Reply

Your email address will not be published. Required fields are marked *