ଧର୍ମ

ଆଖଣ୍ଡଳମଣିଙ୍କ ମନ୍ଦିରରେ ସରିଲା ଦେବଦମ୍ପତିଙ୍କ ବିବାହ, ବରଧରା ବରଣ, ବରାନୁଗମନ ଶୋଭାଯାତ୍ରାରେ କମ୍ପିଲା ଆରଡିପୀଠ, ରାଜରାଜେଶ୍ୱର ବେଶରେ ଦର୍ଶନ ଦେଲେ ବାବା

ଭଦ୍ରକ : ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ଶିବ ବିବାହ ପାଇଁ ଆଜି ସମଗ୍ର ପୀଠ ଉତ୍ସବ ମୁଖର ହୋଇଥିଲା । ବିବାହ ପାଇଁ ବରପିତା ଓ କନ୍ୟାପିତାଙ୍କ ଘରେ ବନ୍ଧୁ ପରିଜନଙ୍କର ଭିଡ ଲାଗିଥିବାବେଳେ ପୀଠର ସମସ୍ତଙ୍କ ଘରେ ଉଛୁଳି ପଡିଥିଲା ସେମାନଙ୍କ କୋଳାହଳରେ । ବାବାଙ୍କ ମାନବୀୟ ଲୀଳା ଭାବେ ମାତା ପାର୍ବତୀଙ୍କ ହାତ ଧରିଥିଲେ ମଧ୍ୟରାତ୍ରରେ । ଏଥିପାଇଁ ମନ୍ଦିରରେ ଦିନତମାମ ଚାଲିଥିଲା ସ୍ୱତନ୍ତ୍ର ନୀତିକାନ୍ତି । ସକାଳ ୧୦ଟାରେ ବାବାଙ୍କୁ ବରଣ କରିବା ପାଇଁ ପାର୍ବତୀ ଭାଇ ସାଜିଥିବା ପବନପୁତ୍ର ହନୁମାନ ବରଧରା ବେଶରେ ଗମନ କରିଥିଲେ ବରପିତାଙ୍କ ଘରକୁ ବାଜା ବାଣ ରୋଷଣିରେ ପ୍ରକମ୍ପିତ ହୋଇଥିଲା ଶୋଭାଯାତ୍ରା । ଏହି ଶୋଭାଯାତ୍ରାରେ ରାଜ୍ୟରୁ ବିଭିନ୍ନ ପ୍ରାନ୍ତରରୁ ଆସିଥିବା ବାଦ୍ୟ ଓ ନୃତ୍ୟଶିଳ୍ପୀ ଯୋଗ ଦେଇଥିଲେ । ତାହାସହ ଘ ବାଦ୍ୟ ଓ ସଂକୀ ର୍ନ ମଣ୍ଡଳୀଙ୍କ ନୃତ୍ୟରେ ମୁଖରିତ ହୋଇଥିଲା ଶୋଭାଯାତ୍ରା । ସନ୍ଧ୍ୟାରେ ବରାନୁଗମନ ଶୋଭାଯାତ୍ରାରେ କଳାହାଣ୍ଡିର କଟପା ସହ ଢେଙ୍କାନାଳର ଦୁଲଦୁଲି ବାଦ୍ୟ କଲିକତାର ମୟୂରଚୂଳିଆ ବାଦ୍ୟ, କେନ୍ଦୁଝରର କଳସ ନୃତ୍ୟଙ୍କ ସହ ପ୍ରାୟ ୩୫ ପ୍ରକାର ପାରମ୍ପରିକ ବାଦ୍ୟ ସହ ନୃତ୍ୟଶିଳ୍ପୀ ଯୋଗ ଦେଇଥିଲେ । ଅପରାହ୍ନ ୪ ଟାରେ ରାଜ ରାଜେଶ୍ୱର ବେଶରେ ଦର୍ଶନ ଦେଇଥିଲେ ବାପା । ଅପରାହ୍ନରେ ଗ୍ରାମଦେବତୀଙ୍କ ପାଖରେ ଦିଅଁ ମଙ୍ଗୁଳା ସଂପନ୍ନ ହେବା ପରେ ଚାଲିଥିଲା ବରାନୁଗମନ ଶୋଭାଯାତ୍ରା । ଲକ୍ଷଲକ୍ଷ ଭକ୍ତଙ୍କ ସହ ସେବାକାରୀଙ୍କ ଗହଣରେ ପାର୍ବତୀଙ୍କ ହାତ ଧରିଥିଲେ ବାବା । ଆଜି ଶୀତଳଷଷ୍ଠୀ ତିଥିରେ ମନ୍ଦିରକୁ ଫେରିବେ । ବିବାହ ଉତ୍ସବରେ ଦେବଦମ୍ପତିଙ୍କ ଦର୍ଶନ ପାଇଁ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲିକ, ବିଧାୟକ ଡ. ବ୍ୟୋମକେଶ ରାୟ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ସାଂସଦ ମଂଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜିଲାପାଳ ତଥା ଶିବ ବିବାହ ଉତ୍ସବର ଅଧ୍ୟକ୍ଷ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଉପଜିଲାପାଳ ତଥା ଟ୍ରଷ୍ଟି ମନୋଜ ପାତ୍ର, ତହସିଲଦାର ସୁଶାନ୍ତ ସୂତାର ପ୍ରମୁଖ ଉପସ୍ଥିତ ଥିଲେ । ତାହା ସହ ଶାନ୍ତିଶୃଙ୍ଖଳା ନିମନ୍ତେ ଜଣେ ଏଏସପିଙ୍କ ସହ ୪ ଜଣ ଡିଏସ୍‌ପି, ଏସ୍‌ଡିପିଓ, ୬ ଜଣ ଇନ୍ସିପେକ୍ଟର, ୧୫ ଜଣ ଅଫିସର, ୧୦ ପ୍ଲାଟୁନ ଫୋର୍ସ, ଟ୍ରାଫିକ୍ ଫୋର୍ସ ସହ ଓଡ୍ରାଫ ଟିମ୍‌, ଅଗ୍ନିଶମ ବାହିନୀ, ବାବାମଣି ଡିଗ୍ରୀ ମହାବିଦ୍ୟାଳୟର ଏନଏସଏସ ଛାତ୍ରଛାତ୍ରୀ ସେବା ଯୋଗାଇଥିଲେ ।

Related Articles

Leave a Reply

Your email address will not be published.

Back to top button