ଧର୍ମ

ସର୍ପୁଣ୍ଣ ହେଲା ଦେବ ଦେବ ମହାଦେବ ଓ ମା ପାର୍ବତୀ ଙ୍କ ବିବାହ

ସମ୍ବଲପୁର : ବାଜିଲା ଶଙ୍ଖ ଆଉ ପଡିଲା ହୁଳହୁଳି । ଯୋଡି ମହୁରୀ ଓ ନିସାନ, ତାସା ର ଶୁଭ ଧ୍ୱନୀ ରେ ଆରମ୍ଭ ହୋଇଥିଲା ବାହାଘର । କୁଳ ପୁରୋହିତ ଙ୍କ ବେଦ ମନ୍ତ୍ର ଧ୍ୱନୀ ମଧ୍ୟରେ ରାତ୍ର ର ଚତୁର୍ଥ ପ୍ରହରରେ ପଡିଲା ବର କନ୍ୟା ଙ୍କ ହାତଗଣ୍ଠି । ଆଉ ସମ୍ପୂର୍ଣ ବୈଦିକ ରୀତି ରେ ଶେଷ ହେଲା ଏହି ଅଲୌକିକ ଦେବ ବିବାହ । ସ୍ଵର୍ଣ ଅଳଙ୍କାର ରେ ଭୂଷିତ ନନ୍ଦପଡା ର ବାବା ବାଲୁଙ୍କେଶ୍ୱର, ମୋଦୀପଡା ର ବାବା ଜାଗେଶ୍ୱର, ଝାଡୁଆପଡା ର ବାବା ଲୋକନାଥ , ଠାକୁରପଡା ର ବାବା ଗୁପ୍ତେଶ୍ଵର , ବୁଢ଼ାରଜା ର ବାବା ପାହାଡେଶ୍ୱର ,ବଡବଜାର ର ବାବା ସିତଳେଶ୍ୱର  ନିଜ ନିଜ ମନ୍ଦିରରୁ ବାହାରିଥିଲେ ନିର୍ଦ୍ଧାରିତ କନ୍ୟାଘର ଅଭିମୁଖେ । ରଙ୍ଗବେରଙ୍ଗ ର ଆଲୋକମାଳାରେ ଝଲସୁଥିଲା ରଥ । ଆଉ ରଥରେ ବର ବେଶରେ ବିରାଜମାନ ଥିଲେ ଦେବ ଦେବ ମହାଦେବ । ବାଜା, ବାଣ ର ରୋଷଣୀ ରେ କମ୍ପୁଥିଲା ସାରା ସହର । ଦେବ ଦେବ ମହାଦେବ ଙ୍କୁ ବର ବେଶରେ ଦେଖିବା ପାଇଁ ସହର ସାରା ଲାଗିଥିଲା ଭକ୍ତଙ୍କ ଗହଳି । ଦେବ ,ଦାନବ, କିନ୍ନର ସାମିଲ ହୋଇଥିଲେ ବରଯାତ୍ରୀ ଦଳରେ । ସବୁ ପଡା ର ବରଯାତ୍ରୀ ଦଳ ନିର୍ଧାରିତ କନ୍ୟା ଘରେ ପହଂଚିବା ପରେ କନ୍ୟାଘର ପକ୍ଷରୁ ରୁ ସେମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆଜି ଦିନତମାମ ସସୁରଘରେ ବିଶ୍ରାମ ନେବେ ଦେବ ଦେବ ମହାଦେବ ଓ ମଧ୍ୟ ରାତ୍ରିରେ ନବ ବଧୁ ଙ୍କୁ ସାଙ୍ଗରେ ଧରି ନଗର ପରିକ୍ରମା ରେ ବାହାରିବେ । ବିବାହ ବେଦୀ ରେ ଦେବଦମ୍ପତିଙ୍କ ଦର୍ଶନ ପାଇଁ ଆଜି ଦିନ ତମାମ ଗହଳି ଲାଗି ରହିବ ।

Related Articles

Leave a Reply

Your email address will not be published.

Back to top button