ବିଶ୍ୱ

ମୋଦିଙ୍କୁ ଛାତ୍ରବୃତ୍ତି ପାଇଁ ନିବେଦନ କଲେ ଆଫଗାନିସ୍ତାନ ଛାତ୍ରୀ

ଆଫଗାନିସ୍ତାନ: ଆଫଗାନିସ୍ତାନ ଛାତ୍ରଛାତ୍ରୀଙ୍କ ସାମ୍ନାରେ ଭିସା ସଙ୍କଟ ଦେଖାଦେଇଛି। ଭାରତରେ ପାଠପଢୁଥିବା ଆଫଗାନିସ୍ତାନର ଛାତ୍ରଛାତ୍ରୀମାନେ ଭାରତକୁ ଫେରିବା ପାଇଁ ଭିସା ଦାବିରେ ଜିଦ୍ ଧରିଛନ୍ତି। ତେବେ ଆଫଗାନିସ୍ତାନର ପ୍ରାୟ ୫ହଜାର ଛାତ୍ରଛାତ୍ରୀ ଭାରତରେ ଅଧ୍ୟୟନ କରୁଥିଲେ। ଗତ ଏକ ବର୍ଷ ହେବ ସେ ଆଫଗାନିସ୍ତାନର ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି। ତେଣୁ ତାଙ୍କର ପାଠପଢାରେ ବାଧାପ୍ରାପ୍ତ ହେଉଛି। ଅପରପଟେ ଆଫଗାନିସ୍ତାନର ଛାତ୍ରୀ ଫାତିମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଛାତ୍ରବୃତ୍ତି ପାଇଁ ନିବେଦନ କରିଛନ୍ତି।

ଆଫଗାନିସ୍ତାନର ବିଭିନ୍ନ ସହରର ଛାତ୍ରଛାତ୍ରୀମାନେ ଭାରତରେ ରହି ଅଧ୍ୟୟନ କରୁଥିଲେ। କିନ୍ତୁ ଏହି ଛାତ୍ରଛାତ୍ରୀମାନେ ଗତ ଏକ ବର୍ଷ ଧରି ଆଫଗାନିସ୍ତାନରେ ଅଟକି ରହିଛନ୍ତି। ଏହାର କାରଣ ହେଉଛି ସେମାନଙ୍କୁ ଭିସା ମିଳିପାରୁନାହିଁ। ତେଣୁ ଆଫଗାନିସ୍ତାନର ଛାତ୍ରଛାତ୍ରୀମାନେ ବର୍ତ୍ତମାନ କ୍ରମାଗତ ଭାବରେ ଦାବି କରିଛନ୍ତି କି, ସେମାନଙ୍କୁ ଭାରତ ଆସିବା ପାଇଁ ଭିସା ଯୋଗାଇ ଦିଆଯାଉ। ତାଙ୍କର ପାଠପଢାରେ ବାଧାପ୍ରାପ୍ତ ହେଉଛି। କେବଳ ସେତିକି ନୁହେଁ, ନିକଟରେ ଛାତ୍ରଛତ୍ରୀମାନେ ମଧ୍ୟ ଆଫଗାନିସ୍ତାନର କାବୁଲରେ ଏନେଇ ବିରୋଧ ପ୍ରଦର୍ଶନ କରିବାକୁ ମଧ୍ୟ ଚେଷ୍ଟା କରିଥିଲେ। ଏହି ଛାତ୍ରଛାତ୍ରୀମାନେ ଭାରତକୁ ଫେରିବା ପାଇଁ ଭିସା ଦାବିରେ ଜିଦରେ ଅଡି ରହିଥିଲେ।

ଅନ୍ୟପଟେ ଆଫଗାନିସ୍ତନରେ ରହୁଥିବା ଏକ ଛାତ୍ରୀ ପିଏମ୍ ନରେନ୍ଦ୍ର ମୋଦିଙ୍କୁ ଭାରତରେ ଅଧ୍ୟୟନ ପାଇଁ ଛାତ୍ରବୃତ୍ତି ଦେବା ପାଇଁ ନିବେଦନ କରିଛନ୍ତି। ଛାତ୍ରୀ ଫାତିମା କଲେଜରେ ପାଠ ପଢୁଛନ୍ତି। ପିଏମ ମୋଦିଙ୍କୁ ନିବେଦନ କରି ଫାତିମା କହିଛନ୍ତି ଯେ, ଭାରତରେ ପାଠ ପଢିବା ପାଇଁ ଆମକୁ ଛତ୍ରବୃତ୍ତି ଦିଆଯାଉ। ଏହା ସହିତ ଭାରତକୁ ଭଲପାନ୍ତି ଏବଂ ଏହା ଆମ ପରିବାର ବୋଲି ମଧ୍ୟ ଫାତିମା କହିଛନ୍ତି।

ବାସ୍ତବରେ, ଆଫଗାନିସ୍ତନ ଉପରେ ତାଲିବାନ ଦଖଲ କରିବା ପରେ ଭାରତ ସରକାର ଛାତ୍ରଛାତ୍ରୀମାନଙ୍କ ଭିସା ବାତିଲ କରିଦେଇଥିଲେ। ସେବେଠାରୁ ଏହି ଛାତ୍ରମାନେ ଆଫଗାନିସ୍ତାନରେ ଅଟକ ରହିଛନ୍ତି। ସେଠାରେ ରହିବାର ପ୍ରାୟ ଏକ ବର୍ଷ ବିତିଯାଇଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାକାର ଆଡକୁ ଠେଲି ହୋଇଯାଇଛି। ସୂଚନା ଅନୁଯାୟୀ, ଭାରତରେ ପାଠ ପଢୁଥିବା ୫ହଜାର ଛାତ୍ରଛାତ୍ରୀ ଆଫଗାନିସ୍ତାନରେ ଫସି ରହିଛନ୍ତି। ଛାତ୍ରଛାତ୍ରୀମାନେ କହିଛନ୍ତି ଯେ, ଭିସା ନ ମିଳିବାରୁ ସେମାନଙ୍କ ଅଧ୍ୟୟନରେ ବାଧା ସୃଷ୍ଟି ହେଉଛି। ତେବେ ନିକଟରେ ଏହି ଛାତ୍ରଛାତ୍ରୀମାନେ ପ୍ରଦର୍ଶନ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ତାଲିବାନ ଆକାଶରେ ଖାଲି ଗୁଳି ଚଳାଇ ତାଙ୍କୁ ପ୍ରଦର୍ଶନ କରିବାରୁ ନିବୃତ୍ତି କରିଥିଲେ।

  • ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button