କୋର୍ଟବିଶ୍ୱ

ଯୌନ ଅପରାଧୀଙ୍କ ନାମ ପଞ୍ଜିକରଣ ଉପର କାନାଡା ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ:  ଯୌନ ଅପରାଧୀ ରେଜିଷ୍ଟୀ ଉପରେ ଦେଶର  ବାଧ୍ୟତାମୂଳକ ଓ  ଆଜୀବନ  ରେଜିଷ୍ଟ୍ରସନକୁ କାନାଡା ସୁପ୍ରିମ କୋର୍ଟ ଅସମ୍ବିଧାନିକ ଦର୍ଶାଇଛନ୍ତି କାନାଡା ସୁପ୍ରିମ କୋର୍ଟ। ଯୌନ ଅପରାଧି ସୂଚନା ପଞ୍ଜିକରଣ ଅଧିନିୟମ (ଏସଓଆଆରଏ) ଅନ୍ତର୍ଗତ ୨୦୧୪ର ଦେଶରେ ରାଷ୍ଟ୍ରୀୟ ଯୌନ ଅପରାଧୀ ରେଜିଷ୍ଟ୍ରୀ କରାଯାଇଥିଲା, ଯାହାକୁ ପରେ ୨୦୧୧ରେ  ସଂଶୋଧନ କରାଯାଇଥିଲା। ସଂଶୋଧନ ପରେ ଅପରାଧିକ ସଂହିତାର ଧାରା ୪୯୦.୦୧୨ରେ ଯୌନ ଅପରାଧୀର ନାମ ପଞ୍ଜିକରଣ ବାଧ୍ୟତାମୂଳକ ହୋଇଛି ଓ ୪୯୦.୦୧୩ରେ ଦୁଇ ବା ଅଧିକ ଯୌନ ଅପରାଧୀମାନଙ୍କୁ ଆଜୀବନ ପଞ୍ଜିକରଣ କରିଥାଏ  ତେବେ ଏହା ଦ୍ବାରା ଦେଶର ସମ୍ବିଧାନର ସେକ୍ସନ-୭ର ଉଲ୍ଲଙ୍ଘନ ହେଉଛି।

ଶୁକ୍ରବାର ଦିନ କାନାଡା ସୁପ୍ରିମକୋର୍ଟ ଦେଶରେ ଯୌନ ଅପରାଧୀଙ୍କ ଆଜୀବନ ଓ ବାଧ୍ୟତାମୂଳକ ପଞ୍ଜିକରଣକୁ ଅସମ୍ବିଧାନିକ କହିଛନ୍ତି। ଏହି ଆଇନ ଦେଶବାସୀଙ୍କୂ ପ୍ରଦାନ କରୁଥିବା ଜୀବନ ଧାରଣ ଅଧିକାର କ୍ଷୁନ୍ନ କରୁଛି। କାନାଡା ଚାର୍ଟର ଅନୁଯାୟୀ, ସେକ୍ସନ ୭  ପ୍ରତ୍ୟକ ନାଗରିକଙ୍କୁ ଜୀବନ ଜୀଇଁବାର ଅଧିକାର ଦେଇଛି।  ପ୍ରତ୍ୟେକଙ୍କୁ ସ୍ବାଧୀନତା ଓ ସୁରକ୍ଷା ପ୍ରଦାନ କରିଥାଏ ବୋଲି କହିଛନ୍ତି କୋର୍ଟ।

ଏହି ଶୁଣାଣି କାଳରେ କୋର୍ଟ ଅନୁଭବ କରିଛନ୍ତି କି, ଆଇନ ଅନ୍ତର୍ଗତ ଅପରାଧୀଙ୍କ ପଞ୍ଜିକରଣ ଅବଶ୍ୟକ। ତେବେ ଯେଉଁ ଅପରାଧୀଙ୍କ ଅପରାଧରେ କୌଣସି ଅଭିବୃଦ୍ଧି ଘଟୁନାହିଁ, ସେମାନଙ୍କ ସ୍ବାଧୀନତା କ୍ଷେତ୍ରରେ ଏହା ବାଧକ ହୋଇ ଠିଆହେଉଛି। ଦେଶରେ ୭୫ରୁ  ୮୦ ପ୍ରତିଶତ ଅପରାଧୀ ଆଉ କୌଣସି ଅପରାଧ ଘଟାଇ ନାହାନ୍ତି ଗୋଟିଏ ଅପରାଧ ପରେ।  କିନ୍ତୁ ଆଇନତଃ ସେମାନେ ପଞ୍ଜିକୃତ ହୋଇଥିବାରୁ ସେମାନଙ୍କ ସ୍ବାଧୀନ ଜୀବନଯାତ୍ରା, ମୌଳିକତା ଅଧିକାର ବାଧାପ୍ରାପ୍ତ ହେଉଛି।

ତେଣୁ ଯୌନ ଅପରାଧୀଙ୍କ ଆଜୀବନ ଓ ବାଧ୍ୟତାମୂଳକ ଆଇନରେ ପରିବର୍ତ୍ତନ କରିଛନ୍ତି କୋର୍ଟ। ଧାରା ୪୯୦.୦୧୩କୁ ଯୌନ ଅପରାଧୀଙ୍କ କ୍ଷେତ୍ରରେ ତତ୍‌କ୍ଷଣାତ୍ ବଳବତ୍ତର କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଧାରା ୪୯୦.୦୧୨ କ୍ଷେତ୍ରରେ ଏହି ପଞ୍ଜିକରଣ ଏକ ବର୍ଷ ମଧ୍ୟରେ ଲାଗୁ କରିବାକୁ କହିଛନ୍ତି। କୋର୍ଟଙ୍କ ଏହି ରାୟ ପରେ ଯାଚିକାକର୍ତ୍ତା ଇୟୁଜେନ ନିଦଲୋଭୁଙ୍କ ପଞ୍ଜିକରଣ ରଦ୍ଦ ହୋଇପାରିଛି।

ଯାଚିକା କର୍ତ୍ତା ଇୟୁଜେନ ନିଦଲୋଭୁ ଧାରା ୪୯୦.୦୧୨ ଓ ୪୯୦.୦୧୩ର ବୈଧତାକୁ ନେଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ, ଯିଏ ୨୦୧୫ରେ ଯୌନ ଉତ୍ପୀଡନରେ ଦୋଷୀସାବ୍ୟସ୍ତ ହୋଇଥିଲେ।  ସେ ୨୦୧୧ରେ ଏକ ପାର୍ଟି କାଳରେ ୨ ଜଣଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ସେତେବେଳେ ତାଙ୍କୁ ୧୯ ବର୍ଷ ହୋଇଥିଲା। ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କ ୬ ମାସର ଜେଲ ଦଣ୍ଡ ହୋଇଥିଲା ଓ ତାଙ୍କ ନାମ ସ୍ବତଃପ୍ରବୃତଃଭାବେ ଜାତୀୟ ଯୌନ ଅପରାଧ ରେଜିଷ୍ଟ୍ରୀରେ ସାମିଲ ହୋଇଥିଲା।

Related Articles

Leave a Reply

Your email address will not be published.

Back to top button