ବିଶ୍ୱ

୮୭ ବର୍ଷରେ ପାଦ ଥାପିଲେ ଦଲାଇ ଲାମା

ନୂଆଦିଲ୍ଲୀ: ଆଜି ତବ୍ଦତର ଧର୍ମଗୁରୁ ଦଲାଇ ଲାମା ୮୭ ବର୍ଷରେ ପଦାର୍ପଣ କରିଛନ୍ତି। କିନ୍ତୁ ଏହି ଧର୍ମଗୁରୁଙ୍କ ଉପରେ ଚୀନର ପ୍ରବଳ ରାଗ। ଯେଉଁଥିପାଇଁ ତାଙ୍କୁ ଭାରତର ଶରାଣାପନ୍ନ ହେବାକୁ ହୋଇଥିଲା। ୧୯୫୯ ମାର୍ଚ୍ଚ ୩୧ରୁ ସେ ଭାରତରେ ରହି ଆସୁଛନ୍ତି। ସ୍ଥିତି ଏମିତି ହୋଇଥିଲା କି, ତାଙ୍କୁ ଚାଲିଚାଲି ଭାରତ ଆସିବାକୁ ହୋଇଥିଲା।

ମାର୍ଚ୍ଚ ୧୭ ୧୯୫୯କୁ ଦଲାଇ ଲାମା ତିବ୍ଦତର ରାଜଧାନୀ ଲହାସାରୁ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ଚାଲିଚାଲି। ହିମାଳୟର ପାହାଡ ପର୍ବତକୁ ପାର କରି ଭାରତୀୟ ସୀମାରେ ପ୍ରବେଶ କରିଥିଲେ। ଯାତ୍ରା ସମୟରେ  ଦଲାଇ ଲାମା ଓ ତାଙ୍କ ସହଯୋଗୀମାନଙ୍କର କୌଣସି ସୂଚନା କାହା ପାଖରେ ନ ଥିଲା। ତେଣୁ ସେମାନଙ୍କ ମୃତ୍ୟୁ ହୋଇଥିବା ଅନେକ ଆଶଙ୍କା କରୁଥିଲେ। ତେବେ ଦଲାଇ ଲାମାଙ୍କ ଏହି ଯାତ୍ରା କାଳରେ ତାଙ୍କ ସହ କିଛି ତିବ୍ଦତୀୟ ସୈନ୍ୟ ଓ ମନ୍ତ୍ରୀ ମଧ୍ୟ ରହିଥିଲେ। ଚୀନ ଦୃଷ୍ଟି ଆଢୁଆଳରେ କେବଳ ରାତିରେ ଏମାନେ ଯାତ୍ରା କରୁଥିଲେ।

ତେବେ କାହିଁକି ଚୀନ ପ୍ରତି ଥିଲା ଏତେ ଭୟ କି ତାଙ୍କୁ ଦେଶ ଛାଡିବାକୁ ହୋଇଥିଲା?

ଦଲାଇ ଲାମାଙ୍କର ତିବ୍ଦତରେ ରହିଛି ବେଶ ଖ୍ୟାତି ଓ ସମ୍ମାନ। ତବ୍ଦତୀୟ ତାଙ୍କୁ ଶକ୍ତି ଓ କରୁଣାର ପ୍ରତୀକ ଭାବେ ମାନିଥାନ୍ତି। ବିଶ୍ବର ସମସ୍ତ ବୌଦ୍ଧ ଧର୍ମାବଲମ୍ୱୀ ଲାମାଙ୍କ ମାର୍ଗଦର୍ଶନକୁ ଗ୍ରହଣ କରିଥାନ୍ତି। ଚୀନ ଏହି ଛୋଟ ଦେଶ ତିବ୍ଦତକୁ ନିଜର ଅଂଶ ଭାବେ ଦାବି କରି ଆସୁଛି। କିନ୍ତୁ ଦଲାଇ ଲାମାଙ୍କ ନେତୃତ୍ବରେ ସେଠାକାର ବାସିନ୍ଦା ଚୀନର ଦାବିକୁ ଖଣ୍ଡନ କରିବା ସହ ଚୀନକୁ ବିରୋଧ କରି ଆସିଛନ୍ତି। ଏହାକୁ ନେଇ ଚୀନ ଦଲାଇ ଲାମାଙ୍କୁ ଜୀବନରୁ ମାରିବାକୁ ବହୁଥର ପ୍ରଚେଷ୍ଟା କରିଛି। ହେଲେ ପ୍ରତିଥର ଭାଗ୍ୟ ବଳରୁ ସେ ଚୀନ ଆକ୍ରମଣରୁ ବଞ୍ଚିଆସିଛନ୍ତି।

ତେବେ ଚୀନର ଲାମାଙ୍କ ପ୍ରତି ଆକ୍ରୋଶର ଅନ୍ୟଏକ ଓ ପ୍ରମୁଖ କାରଣ ହେଉଛି, ଦଲାଇ ଲାମା ନିର୍ବାଚନ। ୧୯୧୨ରେ  ୧୩ ତମ ଦଲାଇ ଲାମାଙ୍କ ଦ୍ବାରା ତିବ୍ଦତ ସ୍ବତନ୍ତ୍ର ରାଷ୍ଟ୍ରଭାବେ ଘୋଷିତ ହୋଇଥିଲା। ଏହାର ୪୦ ବର୍ଷ ପରେ ଯେତେବେଳେ ୧୪ ତମ ଦଲାଇ ଲାମାଙ୍କ ନିର୍ବାଚନ ଚାଲିଥିଲା ଚୀନ ଲୋକେ ତିବ୍ଦତ ଉପରେ ଆକ୍ରମଣ କରିଥିଲେ। ସେତେବେଳେ ଚୀନ ଏହି ଯୁଦ୍ଧରେ ବିଜୟ ହାସଲ କରିଥିଲା।

କିଛି ବର୍ଷ ପରେ ତିବ୍ଦତବାସୀ ଚୀନଠାରୁ ସ୍ବାଧୀନତା ଦାବି କରିଥିଲେ। କିନ୍ତୁ ଚୀନ ଏହି ଦାବିକୁ ଅଗ୍ରାହ୍ୟ କରି ଦେଇଥିଲା। ଏହି ସମୟରେ ଦଲାଇ ଲାମାଙ୍କ ଜୀବନ ପ୍ରତି ସୃଷ୍ଟି ହୋଇଥିଲା ବିପଦ। ତେଣୁ ସେ ୧୯୫୯ ମାର୍ଚ୍ଚ ୧୭ରେ ତିବ୍ଦତରୁ ଖସି ଆସିଥିଲେ ଭାରତକୁ। ତାଙ୍କୁ ଭାରତ ଆଶ୍ରୟ ଦେବାକୁ ନେଇ ଚୀନ ଭାରତ ଉପରେ କ୍ରୋଧାନ୍ବିତ। ଅନେକାଂଶରେ ଭାରତ ଚୀନ ମଧ୍ୟରେ ଦେଖାଦେଇଥିବା ବିବାଦର କାରଣ ଦଲାଇ ଲାମା। ତେବେ ଦଲାଇ ଲାମାଙ୍କୁ ବିଶ୍ବ ଶାନ୍ତିର ପ୍ରତୀକ ମାନିଥାଏ। ୧୯୮୯ରେ ଲାମାଙ୍କୁ ଶାନ୍ତି ପାଇଁ ନୋବେଲ ମିଳିଛି।

Related Articles

Leave a Reply

Your email address will not be published.

Back to top button