ବିଶ୍ୱ

ଘୋର ଆର୍ଥିକ ସଙ୍କଟ ମଧ୍ୟରେ ସ୍କୁଲ ବନ୍ଦ ପାଇଁ ନିଷ୍ପତ୍ତି

ରାଜନୈତିକ ଅସ୍ଥିରତା ମଧ୍ୟରେ ଶ୍ରୀଲଙ୍କାରେ ସରକାର ବଦଳିଯାଇଛି । ହେଲେ ଲୋକଙ୍କ ସମସ୍ୟାର ସମାଧାନ ହୋଇନାହିଁ ।  ଘୋର ଆର୍ଥିକ ସଙ୍କଟ ମଧ୍ୟରେ ସ୍କୁଲ ବନ୍ଦ କରିବା ପାଇଁ ନିଷ୍ପତ୍ତି । ୱାର୍କ ଫ୍ରମ ହୋମ ପାଇଁ ପରାମର୍ଶ ଦିଆଯାଇଛି । ବର୍ତ୍ତମାନ ଶ୍ରୀଲଙ୍କା ପରିସ୍ଥିତି  ଏମିତି ହୋଇଚି କି ସ୍କୁଲରେ ପହଞ୍ଚିବା ପାଇଁ ଶିକ୍ଷକ, ଛାତ୍ର ଛାତ୍ରୀଙ୍କ ପାଖରେ ଆବଶ୍ୟକୀୟ ଇନ୍ଧନ ନାହିଁ । ବାହାରେ ରହୁଥିବା ନାଗରିକଙ୍କୁ ଅନୌପଚାରିକ ଭାବେ ଶକ୍ତି ମନ୍ତ୍ରୀ ଅପିଲ୍ କି,  ବିଦେଶୀ ମୁଦ୍ରା ଅର୍ଜନ କରି ବ୍ୟାଙ୍କଗୁଡିକରେ ଜମା କରିବା ବଦଳରେ ଘରକୁ ପଠାନ୍ତୁ । ଫଳରେ ଶ୍ରୀଲଙ୍କାରେ ବିଦେଶୀ ମୁଦ୍ରାର ସଙ୍କଟ ଦୂର ହୋଇପାରିବ ।

ବିଦେଶୀ ଋଣ ଭାରରେ ବୁଡିକି ରହିଥିବା ଶ୍ରୀଲଙ୍କାକୁ କେହି ବି ଇନ୍ଧନ ଯୋଗାଇବା ପାଇଁ ପ୍ରସ୍ତୁତ ନାହାଁନ୍ତି । ବର୍ତ୍ତମାନ ଉପଲ୍ଲବ୍ଧ ଥିବା ଇନ୍ଧନ କିଛି ଦିନ ପର୍ଯ୍ୟନ୍ତ ଚାଲିବ । ଯାହାକି ଆବଶ୍ୟକୀୟ ସେବା ଗୁଡିକୁ ଯୋଗାଇ ଦିଆଯିବ । ଶକ୍ତି ମନ୍ତ୍ରୀ ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି, ଟଙ୍କା  ଯୋଗାଡ କରିବା ଏକ ବଡ ଚ୍ୟାଲେଞ୍ଜ୍ । ନୂଆ ଇନ୍ଧନ ଷ୍ଟକ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ୪୦ , ୦୦୦ ମେଟ୍ରିକ୍ ଟନ୍ ଡିଜେଲ ପରିବହନ କରୁଥିବା ଏକ ବିମାନ ଶୁକ୍ରବାର ଦିନ ଶ୍ରୀଲଙ୍କାରେ ପହଞ୍ଚିବ ବୋଲି ଆଶା କରାଯାଉଛି । ସେହିପରି ଜୁଲାଇ ୨୨ ରେ ଅନ୍ୟ ଏକ ବିମାନରେ ପେଟ୍ରୋଲ ଅଣାଯିବ । ଇନ୍ଧନର ଅନେକ ସାମଗ୍ରୀ ଆସିବାର ଯୋଜନା ରହିଛି । ଏଥିପାଇଁ ଅଧିକାରୀ ମାନେ ୫୮.୭ କୋଟି ଡଲାର ସଂଗ୍ରହ ପାଇଁ ସଙ୍ଘର୍ଷ କରୁଛନ୍ତି ।

ଶ୍ରୀଲଙ୍କା ଉପରରେ ୭ ଟି ଇନ୍ଧନ ଯୋଗାଣକାରୀର ପ୍ରାୟ ୮୦ କୋଟି ଡଲାର ବାକି ଅଛି । ଗତ ସପ୍ତାହରେ ଇନ୍ଧନ କମ୍ ଯୋଗୁଁ ଶ୍ରୀଲଙ୍କାରେ ଦିନକ ପାଇଁ ସ୍କୁଲ ବନ୍ଦ କରାଯାଇଥିଲା । ଓ ସହରୀ ଅଞ୍ଚଳରେ ୨ ସପ୍ତାହ ହେବ ସ୍କୁଲ ବନ୍ଦ ରହିଛି । ବର୍ତ୍ତମାନ ଶୁକ୍ରବାର ସ୍କୁଲ ବନ୍ଦ ରହିବାକୁ ନିର୍ଦ୍ଦେଶ ରହିଛି ।

ସୋମବାର ଦିନ ସାରା ଦେଶରେ ୩ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ ଲାଗି ଘୋଷଣା କରାଯାଇଛି । ଆର୍ଥିକ ସଙ୍କଟ ଯୋଗୁଁ ଶ୍ରୀଲଙ୍କାରେ ଗତ କିଛି ମାସ ହେବ ବିଦ୍ୟୁତ କାଟ୍ ସହ ରୋଷଇ ଗ୍ୟାସ  ଔଷଧ ଓ ଖାଦ୍ୟ  ସାମଗ୍ରୀ ସମେତ ଆବଶ୍ୟକୀୟ ଜିନିଷର ଅଭାବ ଦେଖା ଦେଇଛି ।

 ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ ନକ୍ଷତ୍ର ନ୍ୟୁଜ

Related Articles

Leave a Reply

Your email address will not be published.

Back to top button